ଗୁଣପୁରରେ ଚନ୍ଦନ ଫିଲିଂ ଷ୍ଟେସନର ଶୁଭାରମ୍ଭ

ଗୁଣପୁର,(ୱାଇ ଏନ ଏସ): ଗୁଣପୁରରେ ପ୍ରଥମ କରି ଏଚପି କମ୍ପାନୀର ପେଟ୍ରୋଲ ପମ୍ପ ଚନ୍ଦନ ଫିଲିଂ ଷ୍ଟେସନର ଶୁଭାରମ୍ଭ ହୋଇଛି। ଏହା ଗୁଣପୁର କଲେଜ ନିକଟରେ ଗୁଣପୁର-ପାରଳାଖେମୁଣ୍ଡି ରାସ୍ତା କୋଢ଼ରେ ସ୍ଥାପନ କରାଯାଇ ଆଜି ଠାରୁ ବିକ୍ରୟ ଆରମ୍ଭ ହୋଇଛି। ଏହାକୁ ପମ୍ପ ମାଲିକ ରୂପ ବିଳାସ ଦାସ ଓ ତାଙ୍କ ଧର୍ମପତ୍ନୀ ସୁଷମା ଦାସ ଉଦଘାଟନ କରିଥିଲେ। ଏହି ଅଵସରରେ ଫିଲିଂ ଷ୍ଟେସନର ପରିଚାଳନା ନିର୍ଦେଶକ ଚନ୍ଦନ ଦାସ, ତାଙ୍କ ପତ୍ନୀ ପୂଜା ଦାସ ପ୍ରମୂଖ ଉପସ୍ଥିତ ଥିଲେ। ପୂର୍ବରୁ ଗୁଣପୁର-ପାରଳାଖେମୁଣ୍ଡି ରାସ୍ତା ପଟେ କୌଣସି ପେଟ୍ରୋଲ ପମ୍ପ ନଥିବା ବେଳେ ବର୍ତ୍ତମାନ ଏଚ ପି ପେଟ୍ରୋଲ ପମ୍ପ ଗ୍ରାହକଙ୍କ ଚାହିଦା ମେଣ୍ଟାଇବ ବୋଲି କୁହାଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ