ସଠିକ ସମୟରେ ବ୍ଲକ କାର୍ଯ୍ୟାଳୟକୁ ଆସୁନାହାନ୍ତି କର୍ମଚାରୀ
କାକଟପୁର /ଅସ୍ତରଙ୍ଗ(ଶୁଭାଶିଷ ଖଣ୍ଡୁଆଳ ):-କର୍ମଚାରୀ ଙ୍କୁ ଶୃଙ୍ଖଳିତ କରିବାକୁ ପୁରୀ ଜିଲ୍ଲାପାଳ ଅସ୍ତରଙ୍ଗ ବ୍ଲକ ଗ୍ରସ୍ତ କରିବା ପରେ ଅସ୍ତରଙ୍ଗ ବ୍ଲକ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସହ ଅନ୍ୟ ସରକାରୀ କାର୍ଯ୍ୟାଳୟ କର୍ମଚାରୀ ସଠିକ ସମୟରେ ଆସିବାକୁ ଜିଲ୍ଲାପାଳ ଙ୍କ ନିର୍ଦ୍ଧେଶ ପରେ ବାୟୋମେଟ୍ରିକ ବ୍ୟବସ୍ଥା ହୋଇଛି। ନିୟମିତ ବାୟୋମେଟ୍ରିକ ମେସିନ କ୍ୟାମେରା ଅବା ଫିଙ୍ଗର ଫିଟଦେଇ ଉପସ୍ଥାନ ପକାଇବାକୁ ନିର୍ଦ୍ଧେଶନାମା ଜାରି ହୋଇଛି। କିନ୍ତୁ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ରେ କାର୍ଯ୍ୟାଳୟ ଭିତରେ ବାୟୋମେଟ୍ରିକ ମେସିନ ଲାଗିଛି। ବାୟୋମେଟ୍ରିକ ମେସିନ ଲାଗିଥିଲେ ମଧ୍ୟ ଏହା ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନି। ବ୍ଲକ ର ବିଭିନ୍ନ ବିଭାଗ କର୍ମଚାରୀ ବ୍ଲକ ପରିସରକୁ ମନ ଇଚ୍ଛା ପ୍ରବେଶ ଓ ଅପରାହ୍ନ ରେ ମନଇଚ୍ଛା ପ୍ରସ୍ତାନ କରୁଛନ୍ତି। ଖାତା ରେ ଉପସ୍ଥାନ ପକାଉଛନ୍ତି। ଖାତା ଦେଖି କର୍ମଚାରୀ ଙ୍କ ଦରମା କରାଯାଉଛି। କିଛି କର୍ମଚାରୀ ନିୟମିତ ଅଫିସ କୁ ବିଳମ୍ବ ରେ ଆସୁଥିବାରୁ ସେମାନେ ଜାଣିଶୁଣି ବାୟୋମେଟ୍ରିକ ଵ୍ୟବସ୍ଥା କୁ ଝୁଲାଇ ରଖିଥିବା ଅଭିଯୋଗ ଉଠିଛି। ଏମିତିକି ଅସ୍ତରଙ୍ଗ ବ୍ଲକ ବିଡ଼ିଓ ଅନେକ ସମୟରେ ବିଳମ୍ବ ରେ ଆସୁଥିବାର ନଜିର ରହିଛି।ପ୍ରତ୍ୟେକ ଦିନ ବିଭିନ୍ନ ସମସ୍ୟା ନେଇ ଲୋକେ ବ୍ଲକ ଆସୁଥିବା ବେଳେ ବିଭିନ୍ନ କର୍ମଚାରୀ ଅନେକ ସମୟରେ ବିଳମ୍ବ ରେ ଆସୁଛନ୍ତି। ଅନେକ କର୍ମଚାରୀ ନିଜର ବ୍ୟକ୍ତିଗତ କାମ ସାରି ବ୍ଲକ ଆସୁଛନ୍ତି, ପଚାରିଲେ ବାହାନା ରେ କହୁଛନ୍ତି ଫିଲଡ଼ କୁ ଯାଇଥିଲୁ। ବ୍ଲକ କାର୍ଯାଳୟ ରେ ଟଙ୍କା ଖର୍ଚ୍ଚ ହୋଇ ବାୟୋମେଟ୍ରିକ ମେସିନ ଲାଗିଲା। ଯେଉଁଥିରେ କର୍ମଚାରୀ ମୁହଁ (ଫେସ ରେକଗ ନିଶନ )ଓ ଆଙ୍ଗୁଳି (ଫିଙ୍ଗରପ୍ରିଣ୍ଟ )ଚିହ୍ନ ଦେବାର ବ୍ୟବସ୍ଥା ରହିଲା। ଯେଉଁ ସମୟରେ କର୍ମଚାରୀ ମାନେ ଡ୍ୟୁଟି କୁ ଆସିବେ, ଲାଗିଥିବା କ୍ୟାମେରା ଆଗରେ ଛିଡା ହେଲେ ଏହା ଆପେ ଆପେ ଫଟୋ ଉତୋଳନ କରିବା ସହ ଉପସ୍ଥାନ ସମୟ ଉଲ୍ଲେଖ କରିବାର ବ୍ୟବସ୍ଥା ରହିଲା। ଯଦି କେହି ବିଳମ୍ବ ରେ ଆସନ୍ତି, ସେମାନଙ୍କ ଉପସ୍ଥାନ ବି ପଡି ନ ପାରିବାର ବ୍ୟବସ୍ଥା ରହିଲା। କିନ୍ତୁ ବିଭିନ୍ନ ଆଳରେ ଏହାକୁ କାର୍ଯ୍ୟକ୍ଷମ କରାଯାଉ ନଥିବା ଜିଲ୍ଲାପାଳ ଙ୍କ ନିକଟରେ ସମାଜସେବୀ ଲକ୍ଷ୍ମୀଧର ବିଶ୍ୱାଳ ଅଭିଯୋଗ କରିଛନ୍ତି।


