ଖାଉଟି କାର୍ଡ ପାଇଁ ଅପେକ୍ଷାରେ ଆଶାୟୀ

କାକଟପୁର /ଅସ୍ତରଙ୍ଗ (ଶୁଭାଶିଷ ଖଣ୍ଡୁଆଳ )-ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଖାଉଟି କାର୍ଡ ପାଇଁ ଏବେ ଏକ ହଜାରରୁ ଅଧିକ ଯୋଗ୍ୟ ବ୍ୟକ୍ତି ଅପେକ୍ଷାରେ ଥିବା ବେଳେ ସେମାନଙ୍କୁ ଖାଦ୍ୟ ସୁରକ୍ଷା ଯୋଜନା ରେ ଅନ୍ତଭୁକ୍ତ କରାଯାଇ ପାରିନାହିଁ। ଏ ନେଇ ଯୋଗାଣ ବିଭାଗ ନିରବଦ୍ରଷ୍ଟା ସାଜିଛି। ଯୋଗ୍ୟ ହିତାଧିକାରୀ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସୂଚନା ଅନୁଯାୟୀ, ଅସ୍ତରଙ୍ଗ ବ୍ଲକରେ ମୋଟ ୧୫ଗୋଟି ପଂଚାୟତ ରହିଛି। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅଗ୍ରାଧିକାର ପରିବାର କାର୍ଡ ସଂଖ୍ୟା ୧୬ହଜାର ୮ଶହ ୫୭ଥିବା ବେଳେ ଅନ୍ତ୍ୟୋଦୟ ଅନ୍ନ ଯୋଜନା ରେ ୨୦୫୪କାର୍ଡ ରହିଅଛି। ଦୁଇଟି ଯୋଜନା ରେ ମୋଟ ୬୭ହଜାର ୫୧ଜଣ ହିତାଧିକାରୀ ରହିଛନ୍ତି। ସେହିପରି ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ରେ ୪୮୯ଟି କାର୍ଡ ରହିଛି। ଏହି ପରି ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅଗ୍ରାଧିକାର ପରିବାର କାର୍ଯ୍ୟକ୍ରମ ରେ ୬୦ହଜାର ୧ଶହ ୮୭ଜଣ ଲୋକ ଉପକୃତ ହେଉଥିବା ବେଳେ ଅନ୍ତ୍ୟୋଦୟ ଅନ୍ନ ଯୋଜନା ରେ ୬ହଜାର ୮ଶହ ୬୪ଜଣ ଲୋକ ଉପକୃତ ହେଉଛନ୍ତି। ଏହି ପରି ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ରେ ୧୦୯୭ହିତାଧିକାରୀ ଉପକୃତ ହୋଇପାରିଛନ୍ତି। ତେଣୁ ଏହି ବ୍ଲକର ମୋଟ ୬୮ହଜାର ୧ଶହ ୪୮ଜଣ ବ୍ୟକ୍ତି ବିଭିନ୍ନ ଯୋଜନା ରେ ଖାଉଟି ସାମଗ୍ରୀ ପାଉଛନ୍ତି।ଅସ୍ତରଙ୍ଗ ବ୍ଲକ ଅଞ୍ଚଳରେ ୨୪ଟି ସୁଲଭ ଖାଉଟି ବଣ୍ଟନ କେନ୍ଦ୍ର ରହିଛି। ସେଥିମଧ୍ୟରୁ ୨୦ଟି କେନ୍ଦ୍ର ପାଇଁ ଡିଲର ନିଯୁକ୍ତି ହୋଇଥିବା ବେଳେ ୧ଟି ସ୍ୱୟଂ ସହାୟକ ଖାଦ୍ୟ ସାମଗ୍ରୀ ବଣ୍ଟନ ଦାୟିତ୍ୱ ଦିଆଯାଇଛି। ଏହା ବ୍ୟତୀତ ୩ଟି ପଂଚାୟତ ନିଜ ହାତରେ ଖାଦ୍ୟ ସାମଗ୍ରୀ ବଣ୍ଟନ ଦାୟିତ୍ୱ ନେଇଛି। ବ୍ଲକର ସମସ୍ତ ଖାଉଟି ଙ୍କ ପାଇଁ ମାସକୁ ୨୮ଶହ କୁଇଣ୍ଟାଲ ଚାଉଳ ବ୍ଲକକୁ ଆସୁଥିବାର ଜଣା ପଡିଛି। ଅସ୍ତରଙ୍ଗ ବ୍ଲକରେ ନୂଆ କାର୍ଡ ପାଇଁ କେବେକ ଆବେଦନ କରିଥିବା ବେଳେ ଟାର୍ଗେଟ ନଥିବା ଓ ସାଇଟି ନ ଖୋଲିବା କାରଣ ରୁ ଲୋକ ମାନେ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇ ପାରୁନାହାନ୍ତି।ଏହାକୁ ନେଇ ଅସନ୍ତୋଷ ଦେଖାଦେଇଛି। ଏ ସମ୍ପର୍କ ରେ ଅସ୍ତରଙ୍ଗ ବ୍ଲକ ଯୋଗାଣ ନିରୀକ୍ଷକ ସୂର୍ଯ୍ୟକାନ୍ତ ବେହେରା ଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ନୂତନ ନାମ ସଂଯୋଗୀକରଣ ପାଇଁ ଟାର୍ଗେଟ ନାହିଁ। ଏଥିପାଇଁ ଉପଲବ୍ଧ ସାଇଟି ମଧ୍ୟ ଖୋଲୁ ନାହିଁ। କେବେ ସୁଫଳ ସୁବିଧା ପାଇବେ ଅନେକ ହିତାଧିକାରୀ ତାହା ଅପେକ୍ଷା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ