ସାହାଡାପଲ୍ଲୀରେ ହନୁମାନଙ୍କ ବାର୍ଷିକ ଉତ୍ସବ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ନିଳୋକ ପଞ୍ଚାୟତ ସାହାଡାପଲ୍ଲୀସ୍ଥିତ ହନୁମାନ ପୀଠରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି । ଗ୍ରାମ୍ୟ ପୁଷ୍କରିଣୀରୁ କଳସ ଅଣାଯାଇ ଯଥାରୀତି ପୂଜାର୍ଚ୍ଚନା ହୋଇଥିଲା । ଗୌରାଙ୍ଗ ପଣ୍ଡା, ରମାକାନ୍ତ ଲେଙ୍କା, ବିମ୍ବାଧର ଲେଙ୍କା, ଉମାକାନ୍ତ ଲେଙ୍କା, ସାରଙ୍ଗ ପଣ୍ଡା, ଅନନ୍ତ ଲେଙ୍କା, ପ୍ରଜ୍ଞା ପରମିତା ସାହୁ, ବାସନ୍ତୀ ଲେଙ୍କା, ସୁକେଶିନୀ ଜେନା, ସେବତୀ ଲେଙ୍କା, ରାଜଶ୍ରୀ ଦାସ, ଲିଜାରାଣୀ ଲେଙ୍କା ପ୍ରମୁଖ କଳସ ଆଣିଥିଲେ । ପୂଜକ ଅଭୟ ପାଢୀ ଓ ସୁରେଶ ଦ୍ୱିବେଦୀ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ । ଏହି ଅବସରରେ ୨ ଦିନ ଧରି ପାଲା ପରିବେଷଣ ହେବାର କାର୍ଯ୍ୟକ୍ରମ ରହିଛି । ପୂଜା କାର୍ଯ୍ୟରେ ଗ୍ରାମବାସୀ ମାନେ ସହଯୋଗ କରିଥିଲେ ।


