ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ପୋଲସରା, (ଅନୀଲ କୁମାର ମହାରଣା) : ପୋଲସରା ବିଜ୍ଞାନ ମହାବଦ୍ୟାଳୟର ଯୁବ ରେଡକ୍ରସ ଓ ରେଡ ରିବନ୍ କ୍ଲବ, ଜାତୀୟ ସେବା ଯୋଜନା ଏବଂ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ମିଳିତ ଆନୁକୂଲ୍ୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ୧୫.୦୪.୨୬ ତାରିଖ ଦିନ ଅନୁଷ୍ଠିତ ହୋଇଥିଲା। ଏହି ଶିବିରକୁ କଲେଜର ପ୍ରିନ୍ସପାଲ ଡକ୍ଟର ଦିଲ୍ଲୀପ କୁମାର ନାୟକ ଉଦଘାଟନ କରିଥିଲେ।ଭଞ୍ଜନଗର ବ୍ଲଡ଼ ବ୍ୟାଙ୍କ ଅଫିସର୍ ଡକ୍ଟର ବିପିନ କୁମାର ପାଣିଗ୍ରାହୀ ଓ ତାଙ୍କ ଟିମଙ୍କ ତତ୍ତ୍ଵାବଧାନରେ ରକ୍ତ ସଂଗ୍ରହ କାର୍ଯ୍ୟକ୍ରମ ହୋଇଥିଲା। ଯୁବ ରେଡକ୍ରସ କାଉନସିଲର ସ୍ୱାଭିମାନ ସାହୁ ଓ ମହିଳା କାଉନସିଲର ସୁଜାତା ରାଣୀ ବେହେରା, ଜାତୀୟ ସେବା ଯୋଜନାର ପ୍ରୋଗ୍ରାମ ଅଫିସର୍ ସେକ୍ ଫରିଦ୍ ଓ ଡକ୍ଟର ଜ୍ୟୋସ୍ନା ରାଣୀ ପଟ୍ଟନାୟକ ଏବଂ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଲେଫନାଣ୍ଟ ବିନତା କୁମାରୀ ଦାସ ପ୍ରମୁଖ ସଂଯୋଜନା କରିଥିଲେ।  ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆକାଶ କୁମାର ସ୍ବାଇଁ, ବିକାଶ କୁମାର ସ୍ବାଇଁ, ସମ୍ପଦ ଦାସ, ସରୋଜ କୁମାର ସାହୁ, ତୁଷାର ପ୍ରଧାନ, ସଦାଶିବ ସାବତ, ସୌମ୍ୟା ନାହାକ, ଦାମିନି ମହାରଣା, ଟୁଲୁ ନାୟକ , ଧରଣୀଧର ବେହେରା, ଆକାଶ ବଢ଼ି, ଅରୁଣ କୁମାର ସ୍ବାଇଁ, ରୋହିତ ପ୍ରଧାନ ଓ ଭଗବାନ ମାହୁନ୍ତ ପ୍ରଭୃତି ରକ୍ତଦାନ କରିଥିଲେ। ଏହି ଶିବିର ରେ ୧୪ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ପ୍ରାଧ୍ୟାପକ ରୁଦ୍ର ପ୍ରାସାଦ ଗୌଡ଼, ଡକ୍ଟର ମନୋଜ କୁମାର ସାହୁ, ଉଷା ରଞ୍ଜନ ଦାସ, ଡକ୍ଟର ବିରେଞ୍ଚି  ନାରାୟଣ ରଥ, ଡକ୍ଟର ହରିଶ୍ ଚନ୍ଦ୍ର ପାଇକ, ଆକାଶ କୁମାର ଜେନା,  ବିକାଶ କୁମାର ସାହୁ, ବିଭୂତି ଭୂଷଣ ସାହୁ, ଅମିତି କୁମାର ସାହୁ, ଦେବାଶିଷ ସ୍ବାଇଁ, ବସନ୍ତ କୁମାର ପାଣି ପ୍ରମୁଖ ଅଧ୍ୟାପକ ଓ ଅଧ୍ୟାପିକା ବୃନ୍ଦ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ