ସିବିଏସ୍ଇ ପରୀକ୍ଷାଫଳ : ବାଜିମାରିଲେ ଆସିକା ଡି-ପଲ୍ ସ୍କୁଲର ଛାତ୍ରଛାତ୍ରୀ
ଆସିକା (ୱାଇଏନ୍ଏସ୍) : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍ଇ) ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାଫଳ ପ୍ରକାଶ ପାଇସାରିଛି । ଏହି ପରୀକ୍ଷାରେ ଆସିକା ରଙ୍କନାଥ ବିହାର ସ୍ଥିତ ଡି-ପଲ୍ ସ୍କୁଲର ଛାତ୍ରଛାତ୍ରୀମାନେ ଉତ୍ତମ ପ୍ରଦର୍ଶନ କରିଥିବା ଜଣାପଡିଛି । ଆସିକା ଡି-ପଲ୍ ସ୍କୁଲର ମେଧାବୀ ବିଦ୍ୟାର୍ଥୀ ସୁଶ୍ରୀ ଅଙ୍କିତା ଜେନା ୯୬.୬ ପ୍ରତିଶତ ମାର୍କ ରଖି ଶିକ୍ଷାନୁଷ୍ଠାନସ୍ତରରେ ଟପ୍ପର ହୋଇଥିଲା ବେଳେ ବନ୍ଦିତା ଭୋଳ ୯୫.୬ ପ୍ରତିଶତ, ଶୁଭଶ୍ରୀ ବିଷୋୟୀ ୯୪ ପ୍ରତିଶତ, ଜ୍ୟୋତିରାଦିତ୍ୟ ପ୍ରଧାନ ୯୩.୬ ପ୍ରତିଶତ, ପଦ୍ମିନୀ ସାହୁ ୯୨.୮ ପ୍ରତିଶତ, ସବ୍ୟସାଚୀ ଶ୍ରୀଚନ୍ଦନ ସ୍ୱାଇଁ ୯୨.୪ ପ୍ରତିଶତ, ଖୁସି ସ୍ୱାଇଁ ୯୧.୪ ପ୍ରତିଶତ, ସିମାଞ୍ଚଳ ପାତ୍ର ୯୦ ପ୍ରତିଶତ, ହଂସିକା କୁମାରୀ ନାହାକ୯୦ ପ୍ରତିଶତ ମାର୍କ ରଖି ଶିକ୍ଷାନୁଷ୍ଠାନ ପାଇଁ ଗର୍ବ ଓ ଗୌରବ ଆଣିଥିବା ଜଣାପଡିଛି । ଶିକ୍ଷାନୁଷ୍ଠାନର ଦଶମ ଶ୍ରେଣୀର ବିଦ୍ୟାର୍ଥୀମାନେ କୃତିତ୍ୱର ସହ ଉତ୍ତିର୍ଣ୍ଣ ହୋଇ ବିଦ୍ୟାଳୟର ସୁନାମକୁ ଅକ୍ଷୁର୍ଣ୍ଣ ରଖିପାରିଥିବା ଜଣାପଡିଛି । ଆସିକା ଡି-ପଲ୍ ସ୍କୁଲର ଉନ୍ନତମାନର ଶିକ୍ଷାଦାନ ବ୍ୟବସ୍ଥା, କୃତିତ୍ୱର ଉତ୍ତୀର୍ଣ୍ଣ ହୋଇଥିବା ବିଦ୍ୟାର୍ଥୀମାନଙ୍କ କଠିନ ପରିଶ୍ରମ ଏବଂ ସେମାନଙ୍କ ପରିବାରବର୍ଗଙ୍କ ମାର୍ଗଦର୍ଶନ ଯୋଗୁଁ ଏହି ସଫଳତା ମିଳିପାରିଛି ବୋଲି ସାଧାରଣରେ ଆଲୋଚିତ ହେଉଛି । ଆସିକା ରଙ୍କନାଥ ବିହାରର ଡି-ପଲ୍ ସ୍କୁଲର ଦଶମ ଶ୍ରେଣୀରେ କୃତୀତ୍ୱର ସହ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାନୁଷ୍ଠାନର ଚେୟାର୍ମ୍ୟାନ୍ ଅଶୋକ କୁମାର ପାଢୀ, ପ୍ରଧାନ ଅଧ୍ୟାପିକା ଶ୍ରୀମତୀ ରଜନୀ ପଣ୍ଡାଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସାଙ୍ଗକୁ ସେମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିବା ଜଣାପଡିଛି ।


