ଆରିୟନ୍ ପବ୍ଳିକ ସ୍କୁଲରେ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ
ଆସିକା (ୱାଇଏନ୍ଏସ୍) : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଦ୍ୱାରା ପରିଚାଳିତ ୨୦୨୫-୨୬ ଶିକ୍ଷାବର୍ଷରେ ଅନୁଷ୍ଠିତ ହୋଇଥିବା ଦଶମ ଶ୍ରେଣୀ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିବା ଆସିକା ଆରିୟନ୍ ପବ୍ଳିକ ସ୍କୁଲର ଶ୍ରେଷ୍ଠ କୃତୀ ବିଦ୍ୟାର୍ଥୀମାନଙ୍କୁ ଗୁରବାର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପୁଷ୍ପଗୁଚ୍ଛ, ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରାଯିବା ସାଙ୍ଗକୁ ସେମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରାଯାଇଥିବା ଜଣାପଡିଛି । ଆସିକା କାଳଷଣ୍ଢପୁର ସ୍ଥିତ ଆରିୟନ୍ ପବ୍ଳିକ ସ୍କୁଲ ପରିସରରେ ଗୁରବାର ଅନୁଷ୍ଠିତ ଏହି କୃତୀ ବିଦ୍ୟାର୍ଥୀଙ୍କ ପ୍ରତିଭା ସମ୍ମାନ, ଅଭିନନ୍ଦନ ଉତ୍ସବ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ସଂପାଦକ ପରବିନ୍ଦର ସିଂ, ନିର୍ଦ୍ଦେଶକ ଅଭିନିତ୍ ଗମ୍ଭୀର, ନିର୍ଦ୍ଦେଶକ ଦୀପ୍ ଗମ୍ଭୀର, ନିର୍ଦ୍ଦେଶକ ଗୀତୁ ଗମ୍ଭୀର, ଅଧ୍ୟକ୍ଷ ସଂଜୟ କୁମାର ପଟ୍ଟନାୟକ ପ୍ରମୁଖ ଯୋଗଦେଇ କୃତୀ ଛାତ୍ରଛାତ୍ରୀମାନେ ଜୀବନର ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଅବିରତ ପ୍ରୟାସ, କଠିନ ପରିଶ୍ରମ, ଉଚ୍ଚକୋଟୀର ଚିନ୍ତାଧାରାକୁ ପାଥେୟ କରି ଦୃଢତାର ସହ ଆଗକୁ ଅଗ୍ରସର ହେବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ସିବିଏସ୍ଇ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷାରେ ୯୦ ପ୍ରତିଶତରୁ ଅଧିକ ମାର୍କ ରଖି କୃତୀତ୍ୱର ସହ ଉତ୍ତୀର୍ଣ୍ଣ ହୋଇଥିବା ମେଧାବୀ ବିଦ୍ୟାର୍ଥୀ ସ୍ନେହାଶ୍ରୀ ନାୟକ, ଅଭିନାଶ୍ ନାୟକ, ଅଙ୍କିତ୍ ସ୍ୱାଇଁ,ୟଶସ୍ୱିନୀ ନାହାକ, ସୁଗନ୍ଧା ପାତ୍ର, ପ୍ରିନ୍ସି ପ୍ରଧାନ, ସାଇରାମେଶ୍ୱର ପାତ୍ର, ଗୌରୀ ଶଙ୍କର ପଣ୍ଡା, ରିତେଶ୍ ପ୍ରଧାନ, ସାର୍ଥକ ନାହାକ, ଜ୍ୟୋତିପ୍ରକାଶ ସ୍ୱାଇଁ, ସ୍ୱୟଂ ପ୍ରସାଦ ନାହାକ, ସୌରଭ କୁମାର ଗୌଡ, ଏମ୍ଡି ତନିଶ୍ ଫାରାହାଁ, ଦେବାଶିଷ୍ ପ୍ରଧାନ, ଶୁଭମିତା ସ୍ୱାଇଁ, ଆୟୁଷୀ ମହାରଣା, ଅଭିଶେଷ୍ ପାଢୀ, ପ୍ରତ୍ୟୁଷ କୁମାର ସ୍ୱାଇଁ, ସିଦ୍ଧାର୍ଥ, ଶ୍ରୀୟାଶ୍ୱେତା ସିୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ବେଳେ ଏହି କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ, ବୁଦ୍ଧିଜିବୀ, ସଚେତନ ନାଗରିକ, ମାନ୍ୟଗଣ୍ୟ ବ୍ୟକ୍ତି, ଅଭିଭାବକ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ଆରିୟନ୍ ପବ୍ଳିକ ସ୍କୁଲର ଉତ୍ତମ ଶୈକ୍ଷିକ ପରିବେଶ, ଛାତ୍ରଛାତ୍ରୀମାନଙ୍କ କଠୋର ପରିଶ୍ରମ, ନିଷ୍ଠା ଓ ଅଧ୍ୟବସାୟ ସାଙ୍ଗକୁ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଉନ୍ନତମାନର ଶିକ୍ଷାଦାନ ତଥା ଅଭିଭାବକମାନଙ୍କ ଶିକ୍ଷାନୁଷ୍ଠାନ ପ୍ରତି ଅତୁଟ ବିଶ୍ୱାସ ହିଁ ଏହି ଉଲ୍ଲେଖନୀୟ ସଫଳତା ଆଣିଦେଇଛି ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଥିବା ଲକ୍ଷ୍ୟ କରାଯାଇଛି ।


