ଜିଲ୍ଲାସ୍ତରୀୟ କୃଷକ ଦିବସ ପାଳିତ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ   ବି.ଏନ୍ ପେଲେଶ ଠାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତଥା ଜିଲ୍ଲା ପ୍ରଶାସନ ପକ୍ଷରୁ  ପବିତ୍ର ଅକ୍ଷୟ ତୃତୀୟା  ଅବସରରେ ଜିଲ୍ଲାସ୍ତରୀୟ କୃଷକ ଦିବସ  ପାଳିତ ହୋଇଯାଇଛି । ଏହି ଅବସରରେ ନିକଟସ୍ଥ ଚାଷ ଜମିରେ ପାରମ୍ପରିକ ରୀତିନୀତି ପ୍ରକାରେ ପୂଜାର୍ଚ୍ଚନା ଓ ଭୂମିପୂଜନ କାର୍ଯ୍ୟକ୍ରମ କରାଯାଇ ଅଖି-ମୁଠି ଅନୁକୂଳ କରା ଯାଇଥିଲା ।  ଅତିରିକ୍ତ ଜିଲ୍ଲାପାଳ ଫାଲଗୁନି ମାଝୀଙ୍କ ଅଧ୍ୟକ୍ଷତାରେ  କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଅଛି ।  ଜିଲ୍ଲାମୁଖ୍ୟ କୃଷି ଅଧିକାରୀ ଏମ ପ୍ରକାଶ ରାଓ, କୃଷି ଜିଲ୍ଲା ଅଧିକାରୀ ପାରଳାଖେମୁଣ୍ଡି  ରବୀନ୍ଦ୍ର କୁମାର ଆଡ଼େକ, କୃଷି ଜିଲ୍ଲା ଅଧିକାରୀ ଆର୍ ଉଦୟଗିରି ବି ଏନ ମଙ୍ଗରାଜ, ପ୍ରକଳ୍ପ ନିର୍ଦ୍ଦେଶକ ଜଳ ବିଭାଜିକା ଗଜପତି ସୁରେଶ କୁମାର ପଟ୍ଟନାୟକ ପ୍ରମୁଖ ଏଥିରେ ଯୋଗଦେଇ ଚାଷ ଜମିରେ ଧାନ ବୁଣିବା ସହ ଜମିରେ ହଳ ନଙ୍ଗଳ ବୁଲାଇ ଥିଲେ । ଏହି  କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ରାଓ ଅକ୍ଷୟ ତୃତୀୟାର ଗୁରୁତ୍ଵ ଓ କୃଷି ଆନୁଷଙ୍ଗିକ ଆଧୁନିକ ଯନ୍ତ୍ରପାତି ବ୍ୟବହାର କରି କୃଷି କାର୍ଯ୍ୟ କରିବା ପାଇଁ ସମସ୍ତ ଚାଷୀ ଭାଇଭଉଣୀ ମାନଙ୍କୁ ସଚେତନତା କରାଇଥିଲେ। ସେହିପରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମାଝୀ ଅକ୍ଷୟ ତୃତୀୟା ପର୍ବର ପୌରାଣିକ ମହତ୍ତ୍ଵ ଓ ପ୍ରାସଙ୍ଗିକତା ବୁଝାଇଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ