ଅକ୍ଷୟ ତୃତୀୟାରେ ପାରଳା ରଥଯାତ୍ରା ପାଇଁ ରଥ କାଠ ଅନୁକୂଳ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଆଜି ପବିତ୍ର ଅକ୍ଷୟ ତୃତୀୟା ଅଟେ. ଏହି ଶୁଭ ଅବସରରେ ପାରଳାଖେମୁଣ୍ଡି ରଥଯାତ୍ରା ପାଇଁ ଆଜି ରଥକାଠକୁ ଅନୁକୂଳ କରାଯାଇଛି. ପାରଳାଖେମୁଣ୍ଡି ଶ୍ରୀଜଗନ୍ନାଥ ମନ୍ଦିରରେ ଆଜି ସକାଳେ ଅକ୍ଷୟ ତୃତୀୟା ଅବସରରେ ପୂଜା ପାଠ କରାଯାଇ ରଥକାଠକୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ପାଇଁ ଅନୁକୂଳ କରାଯାଇଥିଲା. ଆଜିର ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ଉପ -ଜିଲ୍ଲାପାଳ ଅନୁପ କୁମାର ପଣ୍ଡା, ପାରଳା ତହସିଲଦାର ନାରାୟଣ ବେହେରାଙ୍କ ସମେତ ରଥଯାତ୍ରା ପାଳନ କମିଟିର ବହୁ ସଦସ୍ୟ ଉପସ୍ଥିତ ଥିଲେ।


