ନିରଞ୍ଜନ ନଗର ଅଞ୍ଚଳରେ ପାନୀୟ ଜଳ ସମସ୍ୟା ଉତ୍କଟ
ଆସିକା (ୱାଇଏନ୍ଏସ୍) : ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବସବାସ କରୁଥିବା ସାଧାରଣଜନତା ଯେପରି ଅବିରତ ବିଶୁଦ୍ଧ ପାନୀୟ ଜଳ ପାଇପାରିବେ ତାହାକୁ ଦୃଷ୍ଟିରେ ରଖି ସରକାର ରାଜକୋଷରୁ ବିଭିନ୍ନ ଯୋଜନାରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରି ଓଭରହେଡ୍ ଟ୍ୟାଙ୍କ, ବୋରୱେଲ, ନଳକୂପ ସ୍ଥାପନ କରୁଥିଲେ ମଧ୍ୟ ଦାୟିତ୍ୱରେ ଥିବା କେତେକ ଅଧିକାରୀଙ୍କ ଦୂରଦୃଷ୍ଟିର ଅଭାବ ଓ ଉଦାସୀନ ମନୋବୃତ୍ତି ଯୋଗୁଁ ଆସିକା ବ୍ଳକ ଓ ପୌର ପରିଷଦ ପରିସରଭୁକ୍ତ ଅଧିକାଂଶ ଅଞ୍ଚଳରେ ଦିନକୁ ଦିନ ପାନୀୟ ଜଳସମସ୍ୟା ଉତ୍କଳ ଆକାର ଧାରଣ କରୁଥିବା ଅଭିଯୋଗ ହେଉଛି । ଆସିକା ପୌର ପରିିଷଦ ଅଧିନସ୍ଥ ୧୪ନଂ ୱାର୍ଡର ନିରଞ୍ଜନ ନଗର ସାହିର ଅଧିକାଂଶ ବାସିନ୍ଦା ଗତ କିଛି ଦିନ ହେଲା ଅବିରତ ବିଶୁଦ୍ଧ ପାନୀୟ ଜଳ ଟୋପାଏ ପାଇବା ପାଇଁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ନିରଞ୍ଜନ ନଗର ଅଞ୍ଚଳର କେତେକ ପାନୀୟ ଜଳ ଉପଭୋକ୍ତାଙ୍କ ଘରୋଇ ପାଇପ୍ ଲାଇନ୍ରେ ଅବିରତ ଆବଶ୍ୟକ ପରିମାଣର ପାଣି ଆସୁନଥିବା ଅଭିଯୋଗ ହେଉଛି । ଯାହାରି ଫଳରେ ନିରଞ୍ଜନ ନଗର ସାହିର ବାସିନ୍ଦା ବିଶୁଦ୍ଧ ପାନୀୟ ଜଳ ଟୋପାଏ ପାଇବା ପାଇଁ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଆସିକା ପୌର ପରିଷଦ ପରିସରଭୁକ୍ତ ୧୪ନଂ ୱାର୍ଡର ନିରଞ୍ଜନ ନଗର ସାହିରେ ପାନୀୟ ଜଳ ସମସ୍ୟା ଦିନକୁ ଦିନ ଉତ୍କଟ ଆକାର ଧାରଣ କରି ଚାଲିଥିଲେ ମଧ୍ୟ ସମସ୍ୟାକୁ ତ୍ୱରିତ୍ ସମାଧାନ କରିବା ଦିଗରେ ପଦକ୍ଷେପ ନିଆଯାଉ ନଥିବା ଯୋଗୁଁ ସାଧାରଣରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି । ଉକ୍ତ ୱାର୍ଡରୁ ଘରକୁ ପାଇପ୍ ଲାଇନ୍ ନେଇଥିବା ଅଧିକାଂଶ ଉପଭୋକ୍ତା ଅବିରତ ବିଶୁଦ୍ଧ ପାନୀୟ ଜଳ ପାଇବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ଆସିକା ପୌର ପରିଷଦ ଅଧୀନସ୍ଥ ୧୪ ନମ୍ବର ୱାର୍ଡର ନିରଞ୍ଜନ ନଗର ସାହିରେ ଲାଗି ରହିଥିବା ପାନୀୟ ଜଳ ସମସ୍ୟା ସଂପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଇଂ ଶିବ କୁମାର ଦୋରାଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଲେ ଯେ କେତେକ କାରଣରୁ ନିରଞ୍ଜନ ନଗର ଅଞ୍ଚଳର ବହୁ ସାହିବାସିନ୍ଦାଙ୍କୁ ପାନୀୟ ଜଳ ଯୋଗାଣରେ ସମସ୍ୟା ସୃଷ୍ଟି ହୋଇଛି । ସାହିବାସିନ୍ଦାଙ୍କ ବୃହତ୍ତର ସ୍ୱାର୍ଥରକ୍ଷା ଦୃଷ୍ଟିରୁ ପାଣି ସମସ୍ୟାର ସମାଧାନ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନିଆଯାଉଛି । ଆସିକା ସହରର ଅଧିକାଂଶ ସାହିବସ୍ତିରେ ଗତ କିଛି ଦିନ ହେଲା ପାନୀୟ ଜଳ ସମସ୍ୟା ଦିନକୁ ଦିନ ଉତ୍କଟ ଆକାର ଧାରଣ କରିଚାଲିଥିଲେ ମଧ୍ୟ ସମସ୍ୟାକୁ ସମାଧାନ କରିବା ଦିଗରେ ପ୍ରଶାସନର ନୀରବତା ଓ ଉଦାସୀନ ମନୋବୃତ୍ତିକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଥିଲା ବେଳେ ପାନୀୟ ଜଳ ସମସ୍ୟାକୁ ନେଇ କେତେକ ସାହିବାସିନ୍ଦାଙ୍କ ମଧ୍ୟରେ ଦେଖାଦେଉଥିବା ପୁଞ୍ଜିଭୂତ ଅସନ୍ତୋଷ ଆଗାମୀ ଦିନରେ ଉଗ୍ର ରୂପ ଧାରଣ କରିବା ସମ୍ଭାବନାକୁ ଏଡାଇ ହେବ ନାହିଁ ବୋଲି ଚର୍ଚ୍ଚା ହେଉଛି । ଜଳ ଯନ୍ତ୍ରଣାରେ ୧୪ ନମ୍ବର ୱାର୍ଡର ନିରଞ୍ଜନ ନଗରର କେତେକ ସାହିବାସିନ୍ଦା ଛଟପଟ ଓ ଡହଳବିକଳ ହେଉଥିବା ଅଭିଯୋଗ ହେଉଛି । ପାରଦ ୪୨ ଡିଗ୍ରୀ ଟପିଥିବା ବେଳେ ଠିକ୍ ଏହି ସମୟରେ ଆସିକା ଏନ୍ଏସି ଅଧୀନସ୍ଥ ନିରଞ୍ଜନ ନଗର ସାହିର କେତେକ ଅଞ୍ଚଳରେ ଉତ୍କଟ ଆକାର ଧାରଣ କରିବାରେ ଲାଗିଛି । ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଆସିକା ପୌର ପରିଷଦର ୧୪ ନଂ. ୱାର୍ଡ ଅଧୀନସ୍ଥ ନିରଞ୍ଜନ ନଗର ସାହି ବାସିନ୍ଦା ଯେପରି ଅବିରତ ବିଶୁଦ୍ଧ ପାନୀୟ ଜଳ ପାଇପାରିବେ ସେ ଦିଗରେ ପଦକ୍ଷେପ ନେବା ସହ ପାଣି ସମସ୍ୟା ସମାଧାନ ହେବା ପର୍ଯ୍ୟନ୍ତ ଟ୍ୟାଙ୍କର ମାଧ୍ୟମରେ ସାହିବାସିନ୍ଦାଙ୍କୁ ପାଣି ଯୋଗାଇବାକୁ ପ୍ରଶାସନ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢ ମତ ପ୍ରକାଶ ପାଉଛି ।


