ବ୍ଲକ ସ୍ତରୀୟ ଜନଶୁଣାଣୀ ଶିବିର
ବନ୍ତ,୨୩/୪(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ସମ୍ମିଳନୀ କକ୍ଷରେ ମନରେଗା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ବ୍ଲକ ସ୍ତରୀୟ ଜନ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ମନରେଗା ବ୍ଲକ ସହାୟକ ଅନନ୍ତ କିଶୋର ପଣ୍ଡାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଶିବିରରେ ଏ.ପି.ଡି ଧନୟ ଟୁଡୁ, ବିଡିଓ ସୀତାକାନ୍ତ ରାଉତ, ଡି.ଏସ.ଏ ସତ୍ୟଜିତ୍ ପୃଷ୍ଟି, ବି.ଏସ.ଏ ସୁରେନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇ ୪୧ଟି ଅଭିଯୋଗର ଶୁଣାଣୀ କରିବା ସହ ସମାଧାନ କରିଥିଲେ । ଶିବିରରେ ବ୍ଲକ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଶ୍ରଦ୍ଧା ସୁମନ ନାଥଙ୍କ ସମେତ ସମସ୍ତ କନିଷ୍ଠ ଯନ୍ତ୍ରୀ, ସରପଞ୍ଚ, ସମିତି ସଭ୍ୟ, ପିଇଓ, ଜି.ଆର.ଏସ ଏବଂ ସମସ୍ତ ଭି.ଆର.ପି ଏବଂ ଏ.ଡି.ଓ ମାନେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଏସିପି ମିତ୍ରଭାନୁ ସ୍ୱାଇଁ, କର୍ମଚାରୀ ରତ୍ନାକର ଜେନା ସହଯୋଗ କରିଥିଲେ ।


