ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ପଥଚାରୀଙ୍କୁ ପଣା ବଣ୍ଟନ

ବୁଗୁଡ଼ା, (ଅନୀଲ କୁମାର ମହାରଣା):  ବୁଗୁଡ଼ା ବ୍ଳକ୍ ଅନ୍ତର୍ଗତ ବାଲିପଦର ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ  ପ୍ରବଳ ଗ୍ରୀଷ୍ମ ପ୍ରବାହ କାରଣରୁ ପଥଚାରୀଙ୍କ ଶୋଷ ନିବାରଣ ପାଇଁ ପଣା ବଣ୍ଟନ କରାଯାଇଛି। ବାଲିପଦର ଅଞ୍ଚଳରେ ୪୦ ଡିଗ୍ରୀରୁ ଉର୍ଦ୍ଧ୍ବ ତାପମାତ୍ରା ଯୋଗୁଁ ପଚାଶ ଖଣ୍ଡ ଗ୍ରାମର ଶତାଧିକ ପଥଚାରୀ ବ୍ୟବସାୟିକ ପେଣ୍ଠସ୍ଥଳ ବାଲିପଦରକୁ ଆସୁଥିବା ବେଳେ ସେମାନଙ୍କୁ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ପଣା ବଣ୍ଟନ କରି ଅଂଶୁଘାତରୁ ରକ୍ଷାକରିବା ପାଇଁ ପ୍ରୟାସ ଜାରିରଖିଛନ୍ତି। ନାଗରିକ ମଞ୍ଚ ସଭାପତି ଇଂ.ବିପ୍ର ଚରଣ ପାତ୍ରଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ସମ୍ପାଦକ ପ୍ରକାଶ ଚନ୍ଦ୍ର ରଥ, ବଂଶୀଧର ବିଷୋୟୀ, ମାଧବ ଚନ୍ଦ୍ର ଭୋଳ, ଇଂ.ମହେଶ୍ବର ଗୁରୁ, ମଙ୍ଗୁଳି ପାତ୍ର, ବି.କ୍ରିଷ୍ଣା ରାଓ ଦୋରା, ଲକ୍ଷ୍ମଣ କୁମାର ଜେନା, ନରସିଂହ ପାତ୍ର, ଖଲି ପାତ୍ର, କେ.କେଶବ ପାତ୍ର, କେ.ସୁବାସ ପାତ୍ର, କେ.କୈଳାଶ ଚନ୍ଦ୍ର ପାତ୍ର, ଶଶି ଭୂଷଣ ସେନାପତି, ପ୍ରଫୁଲ କୁମାର ଜେନା, ଦେବରାଜ ମହାରଣା ପ୍ରମୁଖ ସହଯୋଗ କରିଥିଲେ। ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଜନସାଧାରଣ ଭୂୟସୀ ପ୍ରଶଂସା କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ