ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖା ତରଫରୁ ଆର୍ଥିକ ସ୍ଵାକ୍ଷରତା କାର୍ଯ୍ୟକ୍ରମ
ମାଲକାନଗିରି, (ଡଃ ଶିବ ନାରାୟଣ ପାତ୍ର): ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ମାଲକାନଗିରି ଶାଖା ଦ୍ୱାରା ସିନ୍ଧିରିମାଳ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ, ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ବାସନ୍ତୀ ପଟଲାଙ୍କ ଅଧ୍ୟକ୍ଷତାରେ ଗୋଟିଏ ଆର୍ଥିକ ସ୍ଵାକ୍ଷରତା ଶିବିର ଆୟୋଜନ କରାଯାଇଥିଲା l ସେଥିରେ ସ୍କୁଲର ଛାତ୍ରୀ ମାନଙ୍କୁ ବ୍ୟାଙ୍କର ବିଭିନ୍ନ ଜମା ଯୋଜନା, କେନ୍ଦ୍ର ସରକାରଙ୍କର ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନା, ଶିକ୍ଷା ଋଣ ଯୋଜନା ଏବଂ ବିଭିନ୍ନ ପ୍ରକାର ସାଇବର ଠକେଇ ବିଷୟରେ ବିସ୍ତୃତ ଭାବେ ଅବଗତ କରାଯାଇଥିଲା l କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ଅଧିକାରୀ ଶ୍ରୀ ଚକ୍ରଧର ନାୟକ, ସମ୍ମାନିତ ଅତିଥି ଭାବେ ରଞ୍ଜନ କୁମାର ସ୍ୱାଇଁ, ଏସ.ବି.ଆଇ ଶାଖାର ସହକାରୀ ଶାଖା ପ୍ରବନ୍ଧକ ଶ୍ରୀ ଅଜିତ କୁମାର ଆଚାର୍ଯ୍ୟ ଏବଂ ମାଲକାନଗିରି ଜିଲ୍ଲାର ଆର୍ଥିକ ପରାମର୍ଶ ଦାତା ଶ୍ରୀ ହରିନାଥ ପଣ୍ଡା ପ୍ରମୁଖ ନିଜ ନିଜର ଅଭିଭାଷଣ ରଖିଥିଲେ l ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ପିଲାମାନଙ୍କର ଭବିଷ୍ୟତ ଉନ୍ନତି କାମନା କରି ସଭାଟିକୁ ସାଙ୍ଗ କରାଯାଇଥିଲା l


