୧ ମାସ ଗଲାନି ରାସ୍ତା ମରାମତି : ପିଚୁ ଉଠି ଯାଇ ପୁଣି ଖଲ ଖମା ସୃଷ୍ଟି
କଲ୍ୟାଣସିଂହପୁର (ଏଙ୍କିଲେଟେଶ୍ୱର ପାଢ଼ୀ ):ରାଜ୍ୟରେ ବିଭିନ୍ନ ଉନ୍ନୟନ କାର୍ଯ୍ୟର ଉନ୍ନତି ଓ ରକ୍ଷାଣ ବ୍ୟକ୍ଷଣ କରିବା ପାଇଁ ରାଜ୍ୟ ରାଜ କୋଷରୁ କୋଟି କୋଟି ଟଙ୍କା ବ୍ୟୟ କରାଯାଉଛି। ପ୍ରତିବର୍ଷ ବିଭିନ୍ନ ବିଭାଗ ପକ୍ଷରୁ ମରାମତି ଓ ରକ୍ଷାଣା ବ୍ୟକ୍ଷଣ ପାଇଁ ଓ ଠିକାଦାର ପୋଷଣ ନୀତିରେ ଆର୍ଥିକ ବର୍ଷ ଶେଷ ବେଳକୁ କାର୍ଯ୍ୟ କାରି ହୋଇଥାଏ। ଏମିତି ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାୟଗଡା ଜିଲ୍ଲାର ରାସ୍ତା ମରାମତି, ରାସ୍ତା ରକ୍ଷାଣା ବ୍ୟକ୍ଷଣ ପାଇଁ ଲକ୍ଷ ଲକ୍ଷ ଟଙ୍କା ବୟ କରିଥାନ୍ତି। କିନ୍ତୁ ମାର୍ଚ୍ଚ ମାସରେ ଠିକାଦାର ପୋଷିବା ନୀତିରେ କଲ୍ୟାଣସିଂହପୁର ଠାରୁ ଖରଯୋଡ଼ା ପର୍ଯ୍ୟନ୍ତ ପ୍ରାୟ ୧୦ କିମି ରାସ୍ତା ମରାମତି କାର୍ଯ୍ୟ ଆରମ୍ଭ ହୋଇ ଶେଷ ହୋଇ ଯାଇଛି। ରାସ୍ତାରେ ଖାଲ ଖମାକୁ ମରାମତି କରି ପିଚୁ ପକାଯାଇଥାଏ। କିନ୍ତୁ ଏହି ରାସ୍ତାରେ ହୋଇଥିବା ଖାଲ ଖମା ଥିଲେ ମଧ୍ୟ ଅଧିକ ଖାଲ ମରାମିତି କରାଯାଉ ନଥିବାରୁ ଏକ ପ୍ରକାର ଦୁର୍ନୀତି କାର୍ଯ୍ୟ କରାଯାଉଥିବା ଅଭିଯୋଗ ହୋଇଛି। ରାସ୍ତାରେ କିଛି କିଛି ସ୍ଥାନରେ ମେଟାଲ, ବିଜିରୀ ଓ ପିଚୁ ପକାରୁ ଥିବା ବେଳେ ନିକଟରେ ଥିବା ଖାଲ ଖମାର ମରାମତି କରାଯାଉ ନଥିବା ଦେଖିବାକୁ ମିଳିଛି।ଯେଉଁ ସ୍ଥାନରେ ଚଳିତ ବର୍ଷ ମାର୍ଚ୍ଚ ମାସରେ ପିଚୁ ପକାଇ ମରାମତି କରିଥିଲେ। କିନ୍ତୁ ମାସକ ଗଲାଣି ପିଚୁ ଉଠି ଯାଇ ପୁଣି ଖଲ ଖମା ସୃଷ୍ଟି ହୋଇଛି।ଏମିତିକି ଏକ ମାସ ମଧ୍ୟ ଗଲାନାହିଁ ରାସ୍ତାରୁ ପୁଚୁ ବାହାରି ଗଲାଣି।ଯଦି ରାସ୍ତା ମରାମତି ଲୋକ ପାଇଁ କରାଯାଇଛି ତେବେ କାହଁକି ସମ୍ପୂର୍ଣ ଖାଲ ମରାମତି କରା ଯାଉନି ବୋଲି ଅଭିଯୋଗ ହୋଇଛି। ତେବେ ଉକ୍ତ ରାସ୍ତା ଠିକାଦାର ପାଇଁ ନାହିଁ ତ ଓ ଉତ୍ସର୍ଗୀ କୃତ ବୋଲି ସାଧାରଣ ରେ ଅଭିଯୋଗ ହେଉଛି। ଏମିତି ବର୍ଷର ଆର୍ଥିକ ଶେଷ ମାସ ମାର୍ଚ୍ଚ ମାସ ହୋଇଥିବାରୁ ଦୁର୍ନୀତିର ଅନ୍ୟ ନାମ ମାର୍ଚ୍ଚ ମାସର ଉନ୍ନୟନ କାମ ବୋଲି ସାଧାରଣ ରେ ଚର୍ଚା ହେଉଛି।ଏଣୁ ବିଭାଗୟ ଅଧିକାରୀ ଦୃଷ୍ଟି ଦେଈ ଉଚିତ ପଦକ୍ଷେପ ଗ୍ରହଣ କରି କାର୍ଯ୍ୟ କରିବା ପାଇଁ ଦାବୀ ହୋଇଛି।


