ଯୁବକଙ୍କ ଠାରୁ ମୋବାଇଲ ଚୋରି
କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜନ ଦାଶ):ବାଇକରେ ଯାଉଥିବା ଜଣେ ଯୁବକଙ୍କୁ ଆକ୍ରମଣ କରି ଦୁଇଟି ମୋବାଇଲ ଛଡାଇ ନେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟି କେନ୍ଦ୍ରାପଡା ଜିଲ୍ଲାର ରାଜନଗର ଥାନା ଅଧିନ ମଙ୍ଗରାଜପୁର ଅଞ୍ଚଳର ବିଭୁତି ଚରଣ ରାଉତ ଘରକୁ ଫେରୁଥିବା ବେଳେ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ କଟକ-ଚାନ୍ଦବାଲି ରାସ୍ତାର ଜଜାଙ୍ଗ ନିକଟରୁ ତାଙ୍କୁ ଆକ୍ରମଣ କରି ଦୁଇଟି ମୋବାଇଲ ତାଙ୍କ ଠାରୁ ଛଡାଇ ନେଇଥିବା ସଦର ଥାନାରେ ଅଭିଯୋଗ ହେରାଇଛି। ସ୍ଥାନୀୟ ଲୋକଙ୍କ ସହାୟତାରେ ବିଭୂତିଙ୍କୁ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ବିଭୂତି ଘରକୁ ଫେରିଛନ୍ତି। ସଦରଥାନାଧିକାରୀଙ୍କୁ ଏସମ୍ପର୍କରେ ପଚାରିବାରେ ସେ କହିଲେ ଘଟଣାର ତଦନ୍ତ ଚାଲିଛି।


