ବିଜେପି ଜିଲ୍ଲା ସାଂଗଠନିକ ବୈଠକ
ବାଲେଶ୍ବର(ସରୋଜ ପଣ୍ଡା): ବାଲେଶ୍ବର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଈଶ୍ଵର ଚନ୍ଦ୍ର ବେହେରାଙ୍କ ପୌରହିତ୍ୟରେ ଆଜି ଖାନନଗର ସ୍ଥିତ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ ଏକ ଜିଲ୍ଲା ସ୍ତରୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମୁଖ୍ୟ ଅତିଥି ଭାବେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଯୋଗଦେଇ ଜିଲ୍ଲାର ଆଗାମୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ଉପରେ ଆଲୋଚନା କରିଥିଲେ। ୨୮-୦୪-୨୬ ତାରିଖରେ ଜିଲ୍ଲାରେ ହେବାକୁ ଥିବା ମହିଳା ଆକ୍ରୋଶ ସମାବେଶକୁ ସଫଳ କରିବା ପାଇଁ ବିଶେଷ ରଣନୀତି ପ୍ରସ୍ତୁତ କରାଯାଇଥିଲା। ମଣ୍ଡଳ ପ୍ରଶିକ୍ଷଣ ଶିବିର ଓ ମନ କି ବାତ୍ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଏହାସହିତ ଅନ୍ୟାନ୍ୟ ସାଂଗଠନିକ କାର୍ଯ୍ୟ ବିସ୍ତାର ପାଇଁ ସଭାପତି ଶ୍ରୀଯୁକ୍ତ ବେହେରା କହିଥିଲେ। ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା ମଞ୍ଚ ପରିଚାଳନା କରିଥିବା ବେଳେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ସୁଷମା ରାଣୀ ବିଶ୍ବାଳ, ମମତା ମହାପାତ୍ର ଓ ମହିଳା ମୋର୍ଚ୍ଚା ସଭାନେତ୍ରୀ ଶିପ୍ରାରେଖା ମହାପାତ୍ର ମଞ୍ଚାସୀନ ଥିଲେ।


