ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଜନ ଆକ୍ରୋଶ ମହିଳା ସମାବେଶ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା ମୋହନାରେ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଜନ ଆକ୍ରୋଶ ମହିଳା ସମାବେଶ, ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଅରୁଣିମା ସାହୁଙ୍କ ନେତୃତ୍ୱରେ ଶତାଧିକ ମହିଳାମାନେ ସ୍ଥାନୀୟ ହାଇସ୍କୁଲ ଛକ ଠାରୁ ବିଶାଳ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରି ଶିଶୁ ବିଦ୍ୟା ମନ୍ଦିର ପରିସରରେ ଆୟୋଜିତ ମହିଳା ସମାବେଶରେ ଯୋଗ ଦେଇଥିଲେ l ସରକାର ମହିଳାଙ୍କ ସାମଗ୍ରିକ ବିକାଶ ପାଇଁ ୩୩ ପ୍ରତିଶତ ମହିଳା ଆରକ୍ଷଣ ବିଲ ଆଣିଥିବା ବେଳେ କଂଗ୍ରେସ ତାକୁ ବିରୋଧ କରିଥିଲା l କଂଗ୍ରେସର ଏହି ମହିଳା ବିରୋଧୀ ଆଭିମୁଖ୍ୟକୁ ବିଜେପି ମହିଳା ମୋର୍ଚ୍ଚା ବିରୋଧ କରିବା ସହ ବିରୋଧି ଦଳ ନେତା ରାହୁଲ ଗାନ୍ଧିଙ୍କ କୁଶ ପୁତ୍ତଳିକା ଦାହ କରି ପ୍ରତିବାଦ କରିଥିଲେ। ଏହି ସମାବେଶରେ ଜିଲ୍ଲା ସଭାନେତ୍ରୀ ଅରୁଣିମା ସାହୁ, ସ୍ୱତନ୍ତ୍ର ଉର୍ନୟନ ପରିଷଦ  ଉପାଧ୍ୟାକ୍ଷା.. ପଙ୍କଜିନୀ, ଜିଲ୍ଲା ସମ୍ପାଦିକା, ସୁନିତା ମଳିକ, ସସ୍ମିତା ମିଶ୍ର, ରାଜ୍ୟ ମହିଳା ମୋର୍ଚାର ଗୌରୀ ଗମାଙ୍ଗ, ବିଜେପି ଜିଲ୍ଲା ସଭାପତି ନବ କିଶୋର ଶବର, ମୋହନା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ମଲ୍ଲିକ, ରାଜ୍ୟ ଓବିଶି ମୋର୍ଚ୍ଚା କାର୍ଯ୍ୟକାରିଣୀ ଜିତେନ୍ଦ୍ର ବେହେରା, ଜିଲ୍ଲା ଯୁବ ସଭାପତି ସତ୍ୟଜିତ ବିଷୋୟୀ, ମଣ୍ଡଳ ସଭାପତି ନୀଳାଞ୍ଚଳ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ