ଓକିଲ ସଂଘ ପକ୍ଷରୁ ଆଇନଜୀବୀ ଦିବସ
ଆସିକା (ୱାଇଏନ୍ଏସ୍): ଆସିକା ଓକିଲ ସଂଘ ପକ୍ଷରୁ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ୧୭୮ ତମ ପୁଣ୍ୟ ଜନ୍ମତିଥି ଓ ଆଇନଜୀବୀ ଦିବସ ମଙ୍ଗଳବାର ପାଳିତ ହୋଇଯାଇଛି । ଆସିକା ଓକିଲ ସଂଘର ସଭାପତି ଛବିଳରାମ ମିଶ୍ରଙ୍କ ଅଧ୍ୟକ୍ଷତାରେ ଓକିଲ ସଂଘ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଂଘର ସମ୍ପାଦକ ଚିତ୍ତରଂଜନ ଦାଶ, ବରିଷ୍ଠ ଆଇନଜୀବୀ ସୁରେନ୍ଦ୍ରନାଥ ପଣ୍ଡା, ରବିନ୍ଦ୍ରନାଥ ଶର୍ମା, ପଞ୍ଚାନନ ପୋଲାଇ, ଲଳିତ ମୋହନ ଦାଶ ପ୍ରମୁଖ ଉଦ୍ବୋଧନ ଦେଇ ଆଇନଜୀବୀ ଦିବସ ପାଳନର ଆଭିମୁଖ୍ୟ ଉପରେ ସୂଚନା ପ୍ରଦାନ କରିବା ସହ ଉତ୍କଳ ଗୌରବ ମଧୁବାବୁଙ୍କ ଜୀବନୀ ଓ ଆଦର୍ଶ ତଥା ଓଡିଆଙ୍କ ପ୍ରତି ତାଙ୍କ ଶ୍ରଦ୍ଧା ଓ ସମ୍ମାନ ବିଷୟରେ ବହୁଶିକ୍ଷଣୀୟ ସୂଚନା ପ୍ରଦାନ କରି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ତ୍ୟାଗ, ନିଷ୍ଠା ଓ ସାଧନା ଯୋଗୁଁ ଆଜି ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ସମ୍ଭବ ହୋଇପାରିଛି ବୋଲି ପ୍ରକାଶ କରି ଓଡିଆ ଜାତିର ସ୍ୱାଭିମାନର ପ୍ରତୀକ ଥିଲେ ଉତ୍କଳ ଗୌରବ ମଧୁସୂଦନ ଦାଶ । ସେ ସମସ୍ତ କ୍ଷେତ୍ରରେ ଥିଲେ ପ୍ରଥମ । ପ୍ରଥମ ଓଡିଆ ଗ୍ରାଜୁଏଟ୍ ଠାରୁ ଆରମ୍ଭ କରି ପ୍ରଥମ ଏମ୍ଏ, ପ୍ରଥମ ବିଲାତ ଯାତ୍ରୀ, ପ୍ରଥମ ଏଲ୍ଏଲ୍ବି, ବିହାର-ଓଡିଶା ବିଧାନସଭାର ସଦସ୍ୟ ଭାବେ ମଧୁବାବୁ ନିଜର ଏକ ସ୍ୱତନ୍ତ୍ର ପରିଚୟ ତିଆରି କରି ପାରିଥିଲେ । ତାଙ୍କ ଆଦର୍ଶ ଅତି ବିରଳ । ଓଡିଶା ଓ ଓଡିଆ ଜାତି ପାଇଁ ତାଙ୍କର ଅବଦାନ ଚିରସ୍ମରଣୀୟ । ଉତ୍କଳ ଗୌରବ ମଧୁସୂଦନ ଦାଶଙ୍କ ଆଦର୍ଶକୁ ଜୀବନରେ ଉପଯୋଗ କରିପାରିଲେ ମଧୁବାବୁଙ୍କ ପାଇଁ ଏହା ପ୍ରକୃତ ଶ୍ରଦ୍ଧାଞ୍ଜଳୀ ହେବ । ଆସିକା ଓକିଲ ସଂଘ ପକ୍ଷରୁ ଆଇନଜୀବୀ ଦିବସ ପାଳନ ଅବସରରେ ଓକିଲ ସଂଘର ବରିଷ୍ଠ ସଦସ୍ୟ ଇ.ଅନନ୍ତ ଶୟନମ୍ଙ୍କ ସମେତ ବରିଷ୍ଠ ଆଇନଜୀବୀ ରବିନ୍ଦ୍ରନାଥ ଶର୍ମା, ଭାସ୍କର ସ୍ୱାଇଁ, ପଞ୍ଚାନନ ପୋଲାଇ, ଅରୁଣ କୁମାର ପଣ୍ଡା, ଲଳିତ ମୋହନ ଦାଶ, କାଳୀଚରଣ ଦାଶ, ପ୍ରସନ୍ନ କୁମାର ବିଷୋୟୀ, ଇନ୍ଦ୍ରମୋହନ ସ୍ୱାଇଁଙ୍କୁ ଉପଢୌକନ ପ୍ରଦାନପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପୁଣ୍ୟ ଜନ୍ମତିଥି ଓ ଆଇନଜୀବୀ ଦିବସ ପାଳନ ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଓକିଲସଂଘର ଓକିଲ ସଂଘର ଉପସଭାପତି ଜି.ସୂର୍ଯ୍ୟପ୍ରକାଶ ରାଓ, ଯୁଗ୍ମ ସଂପାଦକ ଅଜିତ୍ କୁମାର ମୁନି, କୋଷାଧ୍ୟକ୍ଷ ରାଘବ କୁମାର ନାହାକ, ବରିଷ୍ଠ ଆଇନଜୀବୀ ସରୋଜ କୁମାର ତ୍ରିପାଠୀ, ଶରତେନ୍ଦୁ ପଣ୍ଡା, ନଚିକେତା ସ୍ୱାଇଁ, ଦିଲୀପ କୁମାର ପାଣିଗ୍ରାହୀ, ବିଦେଶୀ ନାହାକ, ଦ୍ୱାରିକାନାଥ ପରିଡା, ମାନସପୂର୍ଣ୍ଣ ଆଚାର୍ଯ୍ୟ, ମାନସ ରଂଜନ ଗୌଡ, ଶିବଶଙ୍କର ମହାନ୍ତି, ଅଜିତ୍ କୁମାର ଚୌଧୁରୀ, ପି.ରବିନ୍ଦ୍ କୁମାର ପାତ୍ର, ନାରାୟଣ ବେହେରା, କେ.ବ୍ରହ୍ମାନନ୍ଦ ରାଓ, ଶିବଶଙ୍କର ମହାନ୍ତି, ପି.ଶିବଶଙ୍କର ପାତ୍ର, ମହେନ୍ଦ୍ର କୁମାର ସ୍ୱାଇଁ, ଶିବପ୍ରସାଦ ମହାପାତ୍ର, ସୁଧାଂଶୁ କୁମାର ପାଣିଗ୍ରାହୀ, ମନୋରଂଜନ ନାହାକ, ପ୍ରିୟାଂଶୁ ଶେଖର ପରିଡା, ସନ୍ତୋଷ କୁମାର ମିଶ୍ର, ଭି.ଖୋକନ୍ ରାଓ, ପ୍ରଶାନ୍ତ କୁମାର ଚର୍ଚ୍ଚିଙ୍କ ସମେତ ବହୁ ଆଇନଜୀବୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।


