ରାସ୍ତା ପାଲଟିଛି ମରଣଯନ୍ତା
ରାଇରଙ୍ଗପୁର,(ଯୁଗାବ୍ଦ ନ୍ୟୁଜ୍): ମୟୁରଭଞ୍ଜ ଜିଲ୍ଲା ବହଳଦା ପୂର୍ତ୍ତବିଭାଗ ଅଧିନରେ ଥିବା ବହଳଦା ଠାରୁ ଝରାଡିହି ମୁଖ୍ୟ ରାସ୍ତା ମରଣଯନ୍ତା ପାଲଟିଛି । ରାସ୍ତା ମରାମତି କାର୍ଯ୍ୟ ପ୍ରଗତି ନିମନ୍ତେ ଥିବା ବେଳେ ରାସ୍ତାର ପାଶ୍ୱର୍ରେ ୩ ରୁ ୪ ଫୁଟ୍ ଲେଖାଏଁ ଗର୍ତ୍ତ ହୋଇଛି ଯାହା ଫଳରେ ସେହି ରାସ୍ତା ଦେଇ ଯାତ୍ରା କରୁଥିବା ବାଇକ ଚାଳକ ମାନେ ବିଭିନ୍ନ ସମୟରେ ଅସୁବିଧାର ଓ ସମ୍ମୁଖିନ ହେବା ସହ ଦୁର୍ଘଟଣାର ଶୀକାର ହେଉଛନ୍ତି ।ସେହି ପରି ଯାତ୍ରୀ ମାନଙ୍କ ସୁରକ୍ଷା ନିମନ୍ତେ ମଧ୍ୟ କୈାଣସି ସୂଚକ ଲଗାଯାଇନାହିଁ । ଏହି ଘଟଣାକୁ ତୁରନ୍ତ ଠିକାଦାର ଓ କାର୍ଯ୍ୟନିର୍ବାହି ଅଧିକାରୀ ତୁରନ୍ତ ଧ୍ୟାନ ଦେବା ଦରକାର ନଚେତ ଶୀତଋତୁ ପାଇଁ ବହୁ ଦୁରଦୁରାନ୍ତରୁ ପିକନିକ ପାଇଁ ଆସୁଥିବା ଯାତ୍ରୀ ମାନେ ଅସୁବିଧାର ସମ୍ମୁଖିନ ର ଶୀକାର ହେବାର ସମ୍ବାବନା ରହିଛି ତେଣୁ ପ୍ରଶାସନ ତୁରନ୍ତ ଏଥିପ୍ରତି ଗୁରୁତ୍ୱଦେବା ନିତାନ୍ତ ଆବଶ୍ୟକ ବୋଲି ଗ୍ରାମବାସୀ ଦାବି କରିଛନ୍ତି ।