୨୦୧୪ ମାଟ୍ରିକ୍‍ ବ୍ୟାଚ୍‍ର ପୁରାତନ ଛାତ୍ରଙ୍କ ବନ୍ଧୁମିଳନ

ଆସିକା (ୱାଇଏନ୍‍ଏସ୍‍) : ଆସିକା ବ୍ଳକ ଅନ୍ତର୍ଗତ ଗହଙ୍ଗୁ ଗ୍ରାମରେ ଥିବା ହନୁମାନ ବିଦ୍ୟାପୀଠର ୨୦୧୪ ମାଟ୍ରିକ ବ୍ୟାଚ୍‌ର ବହୁ ପୂରାତନ ଛାତ୍ର ଏକଜୁଟ ହୋଇ ସେମାନଙ୍କର ସ୍ମୃତିକୁ ସାଉଁଟିଥିବା ଲକ୍ଷ୍ୟ କରାଯାଇଛି। ଗହଙ୍ଗୁ ହନୁମାନ ବିଦ୍ୟାପୀଠରେ ୨୦୧୪ ମସିହାରେ ମାଟ୍ରିକ ଶ୍ରେଣୀରେ ପଢୁଥିବା ଛାତ୍ର ପପୁ ସେଠୀ, ବିନୋଦ ପରିଡା, ବୃନ୍ଦାବନ ବିଷୋୟୀ, ଅର୍ଚ୍ଚନା ପଣ୍ଡା, ରଶ୍ମୀ ନାୟକ, ଉଷାରାଣୀଙ୍କ ସମେତ ବହୁ ପୁରାତନ ଛାତ୍ର ଏକଜୁଟ ହୋଇ ସେମାନଙ୍କର ପିଲାଦିନର ସ୍ମୃତି ସାଉଁଟିବା ସହ ଆଗାମୀ ଦିନରେ ସବୁ ସମୟରେ ଏକଜୁଟ ହୋଇ ସମାଜ ସେବା କରିବା ଲାଗି ନିଷ୍ପତ୍ତି ନେଇଥିବା ଜଣାପଡିଛି। ଦୀର୍ଘ ୧୨ ବର୍ଷ ପରେ ୨୦୧୪ ବ୍ୟାଚର ଗହଙ୍ଗୁ ହନୁମାନ ବିଦ୍ୟାପୀଠର ମାଟ୍ରିକ ପାଠ୍ୟକ୍ରମ ପୁରାତନ ଛାତ୍ର ମାନେ ଏକଜୁଟ ହୋଇଥିବା ଯୋଗୁଁ ଖୁସିରେ ବିଭୋର ହୋଇପଡିଥିବା ଲକ୍ଷ୍ୟ କରାଯାଇଥିଲା। ଗହଙ୍ଗୁ ଗ୍ରାମର ଐତିହ୍ୟ ଓ ସଂସ୍କୃତି ସମ୍ପନ୍ନ ହନୁମାନ ବିଦ୍ୟାପୀଠକୁ ଇତି ମଧ୍ୟରେ ୩୪ ବର୍ଷ ପୁରି ଯାଇଥିଲା ବେଳେ ବହୁ ଛାତ୍ର ଛାତ୍ରୀ ଭଲ ପାଠପଢି ବିରଳ କୃତିତ୍ୱର ଅଧିକାରୀ ହୋଇପାରିଥିଲା ବେଳେ ଗୋଟିଏ ଛାତ ତଳେ ୨୦୧୪ ମାଟ୍ରିକ୍‍ ବ୍ୟାଚର ବିଦ୍ୟାର୍ଥୀଙ୍କ ମହାମିଳନ ହୋଇଥିବା ଦେଖିବାକୁ ମିଳିଥିଲା। ଏହି ଅବସରରେ ୨୦୧୪ ମସିହାରେ ମାଟ୍ରିକ ବ୍ୟାଚର ଛାତ୍ରମାନଙ୍କୁ ସେତେବେଳେ ପାଠ ପଢାଇ ସୁନାଗରିକ ଭାବେ ଗଢିତୋଳିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଆସିଥିବା ଶିକ୍ଷାନୁଷ୍ଠାନର ତତ୍କାଳୀନ ପ୍ରଧାନଶିକ୍ଷକ ପ୍ରଦୀପ କୁମାର ପରିଡା, ବାଲିପଦର ହାଇସ୍କୁଲର ପୂର୍ବତନ ପ୍ରଧାନଶିକ୍ଷକ ରବିନ୍ଦ୍ର କୁମାର ରାଉତ, ଗହଙ୍ଗୁ ହନୁମାନ ବିଦ୍ୟାପୀଠର ବର୍ତ୍ତମାନର ପ୍ରଧାନଶିକ୍ଷୟିତ୍ରୀ ସୁପ୍ରଭା ସିୟ, ସହକାରୀ ଶିକ୍ଷକ ଶରତ ଚନ୍ଦ୍ର ରାଉତ, ପୂର୍ଣ୍ଣଚନ୍ଦ୍ର ଗୌଡ, ପ୍ରଦୀପ କୁମାର ନାୟକ, ଜଳେନ୍ଦ୍ର ବାଡତ୍ୟା, ଗୋପାଳକୃଷ୍ଣ ମହାରଣା, କର୍ମଚାରୀ ଦିବାକର ପରିଡା, ଭଗବାନ ପ୍ରଧାନ, ବନମାଳୀ ନାୟକ, ସୁବାସ ପରିଡାଙ୍କୁ ପୁରାତନ ଛାତ୍ର ସଂଘ ପକ୍ଷରୁ ଉପଢୌକନ, ପୁଷ୍ପଗୁଚ୍ଛ ଓ ଉପହାର ଦେଇ ସମ୍ବର୍ଦ୍ଧିତ କରାଯିବା ସହ ସେମାନଙ୍କୁ ଦୀର୍ଘ ନିରାମୟ ଜୀବନ ଓ ନିରୋଗ କାମନା କରାଯାଇଥିଲା । ଗହଙ୍ଗୁ ହନୁମାନ ବିଦ୍ୟାପୀଠରେ ୨୦୧୪ ମସିହାରେ ମାଟ୍ରିକ୍‍ ପାଠ୍ୟକ୍ରମରେ ଶିକ୍ଷାଜୀବନ କଟାଇଥିବା ପୁରାତନ ଛାତ୍ର ମାନେ ପୁରୁଣା ଦିନର ସ୍ମୃତିକୁ ସାଉଁଟିଥିବା ଲକ୍ଷ୍ୟ କରାଯାଇଥିଲା। ଏହି ଅବସରରେ ୨୦୧୪ ମାଟ୍ରିକ୍‍ ବ୍ୟାଚ୍‌ର ଛାତ୍ରମାନେ ଯିଏ ଯେଉଁ ସ୍ତରରେ ଥିଲେ ବି ସମାଜର ମଙ୍ଗଳ ପାଇଁ କାର୍ଯ୍ୟ କରିବା ସହ ଅସୁବିଧାରେ ପଡିଥିବା ସହପାଠୀଙ୍କୁ ମିଳିତ ଭାବେ ସହଯୋଗର ହାତବଢାଇବାକୁ ଆଲୋଚନା କରାଯାଇଥିଲା। ଐତିହ୍ୟ ଓ ସଂସ୍କୃତି ସଂପନ୍ନ ଗହଙ୍ଗୁ ହନୁମାନ ବିଦ୍ୟାପୀଠର ୨୦୧୪ ମାଟ୍ରିକ ବ୍ୟାଚ୍‍ର ପୁରାତନ ଛାତ୍ରମାନେ ଦୀର୍ଘ ୧୨ ବର୍ଷ ପରେ ଏକଜୁଟ୍‍ ହୋଇ ଖୁସିରେ ବିଭୋର ହୋଇପଡିଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ