ମା ତାରାଦେବୀଙ୍କ ମନ୍ଦିର ପ୍ରତିଷ୍ଠା ମହୋତ୍ସବ
ଆସିକା (ୱାଇଏନ୍ଏସ୍): ଆସିକା ବ୍ଳକ ଅନ୍ତର୍ଗତ ଖଣ୍ଡଦେଉଳି ଗ୍ରାମ ପଞ୍ଚାୟତର କର୍ଣ୍ଣୋଳି ଗ୍ରାମ ସ୍ଥିତ ନିଗମାନନ୍ଦ ଯୋଗାଶ୍ରମର ପାହାଡ ନିକଟରେ ସ୍ଥାପିତ ହୋଇଥିବା କରୁଣାମୟୀ ମା ତାରାଦେବୀ ଙ୍କ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ପ୍ରବଳ ଉତ୍ସାହ ଓ ଉଦ୍ଦିପନାର ସହ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ବିଧିବିଧାନ ତଥା ନୀତିକାନ୍ତି ଅନୁଯାୟୀ ଶହ ଶହ ପୁରୁଷ ଓ ମହିଳା ଆଧ୍ୟାତ୍ମିକପ୍ରେମୀ ଭକ୍ତଙ୍କ ଗହଣରେ ଆରମ୍ଭ ହୋଇଯାଇଛି । ଜଗତ୍ଜନନୀ, ଦୁର୍ଗତୀନାଶିନୀ, ବିପଦହାରିଣୀ, କରୁଣାମୟୀ, କଲ୍ୟାଣମୟୀ, ଅଭୟଦାୟିନୀ, କୃପାମୟୀ, ବିପଦନାଶିନୀ ମା ତାରାଦେବୀଙ୍କ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ପାଇଁ ସମଗ୍ର କର୍ଣ୍ଣୋଳୀ ଗ୍ରାମ ଉତ୍ସବମୁଖର ହୋଇପଡିଥିବା ଦେଖିବାକୁ ମିଳୁଛି । ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ନିଗମାନନ୍ଦ ଯୋଗାଶ୍ରମର ସଭାପତି ବିଶ୍ୱନାଥ ବିଷୋୟୀ, ଉପସଭାପତି ବାହାନପତି ସ୍ୱାଇଁ, ସଂପାଦକ ବିଜୟ କୁମାର ଗୌଡ, ଉପଦେଷ୍ଟା ପ୍ରଶାନ୍ତ କୁମାର ପଣ୍ଡା, ଆଧ୍ୟାତ୍ମିକପ୍ରେମି ପ୍ରମୋଦ କୁମାର ସ୍ୱାଇଁ, ଜିତେନ୍ଦ୍ର କୁମାର ବିଷୋୟୀ, ପ୍ରଣବ କୁମାର ବିଷୋୟୀ, ରାଜୀବଲୋଚନ ସ୍ୱାଇଁ, ବସନ୍ତ କୁମାର ଭୂୟାଁ, ପ୍ରଫୁଲ କୁମାର ବେହେରା, କିଶୋର ଚନ୍ଦ୍ର ଭୂୟାଁ, ବାଉରିବନ୍ଧୁ ଗୌଡ, ଅନନ୍ତ ବିଷୋୟୀ, ବିଭୁତି ଭୂଷଣ ଭୂୟାଁ, ଆର୍.ଗୁରୁନାଥ ରେଡି, ଆର୍.କୃଷ୍ଣମୂର୍ତ୍ତି ରେଡି, ବିବେକାନନ୍ଦ ପ୍ରଧାନ, କାହ୍ନୁଚରଣ ବିଷୋୟୀ, ବିଶ୍ୱନାଥ ବିଷୋୟୀ (ସାନ), ହୃଷିକେଶ ଭୂୟାଁ, ପ୍ରଶାନ୍ତ କୁମାର ବିଷୋୟୀ, ଅଶ୍ୱିନୀ କୁମାର ବିଷୋୟୀ, ଖଞ୍ଜନ ବିଷୋୟୀ, ପଦ୍ମଚରଣ ସେଠୀ, ବିବେକାନନ୍ଦ ପ୍ରଧାନ, ରତ୍ନାକର ବିଷୋୟୀ, ନିଗମାନନ୍ଦ ପ୍ରଧାନ, ବିଭୁତି ଭୂୟାଁ, କିଶୋର ଚନ୍ଦ୍ର ଭୂୟାଁ, ଅନନ୍ତ ବିଷୋୟୀଙ୍କ ସମେତ ସ୍ଥାନୀୟ ଅଞ୍ଚଳବାସୀ ଓ ଶ୍ରଦ୍ଧାଳୁ ଭକ୍ତ ସକ୍ରିୟ ସହଯୋଗ କରୁଥିବା ଦେଖିବାକୁ ମିଳୁଛି । ଆସିକା ବ୍ଳକ ଅଧୀନସ୍ଥ କର୍ଣ୍ଣୋଳୀ ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଶ୍ରୀ ଶ୍ରୀ ଜଗତ୍ଜନନୀ ଗୁରୁଶକ୍ତି ସ୍ୱରୂପିଣୀ ମା ତାରା ଦେବୀଙ୍କ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଆରମ୍ଭ ହୋଇଥିବା ଲକ୍ଷ୍ୟ କରାଯାଇଛି। ଏହି ଅବସରରେ କର୍ଣ୍ଣୋଳୀ ଗ୍ରାମର ଶତାଧିକ ଶ୍ରଦ୍ଧାଳୁ ପୁରୁଷ ଓ ମହିଳା ଗ୍ରାମର ନଳବଣ୍ଟା ଗ୍ରାମ ସ୍ଥିତ ପବିତ୍ର ଋଷିକୁଲ୍ୟା ନଦୀରେ ପୂଜାର୍ଚ୍ଚନା ସାରି ଶଙ୍ଖ ଧ୍ୱନୀ ଓ ଘଣ୍ଟ ମୃଦଙ୍ଗର ତାଳେ ତାଳେ ଏକ ବିଶାଳ କଳସ ଶୋଭାଯାତ୍ରାରେ ବାହାରି ଗ୍ରାମ ପରିକ୍ରମା କରି ନବନିର୍ମିତ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ସ୍ଥଳରେ ପହଞ୍ଚିବା ପରେ ବିଧିବିଧାନ ଅନୂଯାୟୀ ମନ୍ଦିର ପ୍ରତିଷ୍ଟା କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ଅବସରରେ ସମଗ୍ର କର୍ଣ୍ଣୋଳୀ ଗ୍ରାମ ଆଧ୍ୟାତ୍ମିକମୟ ହୋଇ ଉଠିଥିଲା ବେଳେ ବିଦ୍ୱାନ ପଣ୍ଡିତ ତଥା କର୍ମକାଣ୍ଡ ବାଚଷ୍ପତି ପଣ୍ଡିତ ସମ୍ରାଟ ତଥା ପଣ୍ଡିତ ଶିରୋମଣୀ ଶ୍ରୀ ହରିହର ଶତପଥୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ସହଯୋଗୀ ପଣ୍ଡିତ କୃଷ୍ଣ ଚରଣ ମିଶ୍ର, ସୌମ୍ୟରଂଜନ ମିଶ୍ର, ସତ୍ୟବାନ୍ ମୁଦ୍ରା, ଗୌରଚନ୍ଦ୍ର ପାଢୀ, ଲକ୍ଷ୍ମୀକାନ୍ତ ମିଶ୍ର, କାଶୀନାଥ ମିଶ୍ର, ଦୁର୍ଗାପ୍ରସାଦ ମିଶ୍ର, ନିଖିଳ ମୋହନ ମିଶ୍ର, ସ୍ୱାଧୀନ ଶତପଥୀ, ନିଗମାନନ୍ଦ ଶତପଥୀ, ଜଗନ୍ନାଥ ରଥ ପ୍ରମୁଖଙ୍କ ମନ୍ତ୍ରୋଚାରଣରେ ନବନିର୍ମିତ ମା ତାରାଦେବୀଙ୍କ ମନ୍ଦିର ପରିବେଶ ପ୍ରକମ୍ପିତ ହୋଇପଡୁଥିବା ଲକ୍ଷ୍ୟ କରାଯାଇଛି। ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ କର୍ତ୍ତା ରୂପେ ବରିଷ୍ଠ ଆଧ୍ୟାତ୍ମିକପ୍ରେମୀ ତଥା ଶ୍ରୀ ଶ୍ରୀ ନିଗମାନନ୍ଦ ଯୋଗାଶ୍ରମର ଉପଦେଷ୍ଟା ପ୍ରଶାନ୍ତ କୁମାର ପଣ୍ଡା ଓ ତାଙ୍କ ସହଧର୍ମିଣୀ ପ୍ରତିଭା ପଣ୍ଡା ନିଷ୍ଠାର ସହ ରହି ଦାୟିତ୍ୱ ନିର୍ବାହ କରୁଥିବା ଲକ୍ଷ୍ୟ କରାଯାଇଛି । ଆସିକା ବ୍ଳକ ଅନ୍ତର୍ଗତ କର୍ଣ୍ଣୋଳୀ ଗ୍ରାମରେ ଶ୍ରୀ ଶ୍ରୀ ମା ତାରାଦେବୀଙ୍କ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ପବିତ୍ର ଧର୍ମୀୟ ଭାବନାରେ ସାମାଜିକ, ସାଂସ୍କୃତିକ ଓ ଭାଇଚାରାର ଐକ୍ୟ ଚେତନାକୁ ସମୃଦ୍ଧଶାଳୀ କରିବା ଲକ୍ଷ୍ୟରେ ସମଗ୍ର କର୍ଣ୍ଣୋଳୀ ଗ୍ରାମବାସୀ ବେଶ୍ ଉତ୍ସାହିତ ହୋଇପଡିଥିବା ଲକ୍ଷ୍ୟ କରାଯାଉଛି। ଏହି ଅବସରରେ ସମଗ୍ର କର୍ଣ୍ଣୋଳୀ ଗ୍ରାମ ଉତ୍ସବ ମୁଖର ହୋଇପଡିଥିଲା ବେଳେ ଝିଲମିଲ ଆଲୋକ ମାଳାରେ ସମ୍ପୂର୍ଣ୍ଣ ଗ୍ରାମ ଓ ନବନିର୍ମିତ ମନ୍ଦିର ପରିସର ସନ୍ଧ୍ୟା ସମୟରେ ଝଲସି ଉଠୁଥିବା ଲକ୍ଷ୍ୟ କରାଯାଇଛି। ଶ୍ରୀ ଶ୍ରୀ ମା ତାରାଦେବୀଙ୍କ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଅବସରରେ ଦୀକ୍ଷାଗ୍ରହଣ, ଅଙ୍କୁରା ରୋପଣ, ଜଳଯାତ୍ରା, ବ୍ରାହ୍ମଣ ବରଣ, ସାଲା ପୂଜା, ଅଗ୍ନିସ୍ଥାପନ ଅନୁଷ୍ଟିତ ହୋଇଥିଲା ବେଳେ ଆସନ୍ତାକାଲି ଅର୍ଥାତ୍ ରବିବାର ଠାରୁ ସୂର୍ଯ୍ୟପୂଜା, ବନଯାଗ, ଇନ୍ଦ୍ରଇନ୍ଦ୍ରାଣୀ ପ୍ରାଣପ୍ରତିଷ୍ଠା ସାଙ୍ଗକୁ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଟିତ ହେବ ହେବ ବୋଲି ଜଣାପଡିଛି । ଆସିକା ବ୍ଳକ ଅନ୍ତର୍ଗତ କର୍ଣ୍ଣୋଳୀ ଗ୍ରାମରେ ଶ୍ରୀ ଶ୍ରୀ ମା ତାରାଦେବୀଙ୍କ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଆରମ୍ଭ ହୋଇଯାଇଛି । ଭକ୍ତିଭାବରେ ସମଗ୍ର ଗ୍ରାମ ଉତ୍ସବମୁଖର ହୋଇପଡିଥିଲା ବେଳେ ଶ୍ରଦ୍ଧାଳୁ ଭକ୍ତଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମକୁ ନେଇ ଉତ୍କଣ୍ଠା ଓ ଭାବାବେଗ ଅବର୍ଣ୍ଣନନୀୟ ହୋଇପଡିଥିବା ଲକ୍ଷ୍ୟ କରାଯାଇଛି । କର୍ଣ୍ଣୋଳୀ ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଆରମ୍ଭ ହୋଇଥିବା ଶ୍ରୀ ଶ୍ରୀ ମା ତାରାଦେବୀଙ୍କ ମନ୍ଦିର ପ୍ରତିଷ୍ଠା ମହୋତ୍ସବରେ ପ୍ରଥମ ଦିବସରେ ସମବାୟବିତ୍ ପ୍ରମୋଦ କୁମାର ସ୍ୱାଇଁ ଓ ଜିତେନ୍ଦ୍ର କୁମାର ବିଷୋୟୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଆୟୋଜକଙ୍କୁ ଉତ୍ସାହିତ କରିଥିବା ପରିଲକ୍ଷିତ ହୋଇଥିଲା ।


