ବିଦ୍ୟୁତ ଆଘାତରେ ଓଲଡିଂ ମିସ୍ତ୍ରୀ ମୃତ
ହାଟଡିହି , (ଓ୍ବାଇଏନଏସ): ହାଟଡିହି ବ୍ଲକ ଶାଳଣିଆଁ ପଞ୍ଚାୟତ ବିଷ୍ଣୁପୁର ଗ୍ରାମରେ ଘଟିଛି ଅଘଟଣ। ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ଝରକାରେ ଫାଇବର ଲଗାଉଥିବା ବେଳେ ବିଦ୍ୟୁତ ଆଘାତରେ ଜଣେ ଓଲଡିଂ ମିସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତ ମିସ୍ତ୍ରୀ ଜଣକ ହେଲେ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ପଧାନପଡା ଗ୍ରାମର ସେକ ରହମତ ଉଲ୍ଲା। ସେ ବନ୍ତ ବଜାରରେ ଏକ ଓଲଡିଂ ଦୋକାନ କରିଥିବା ବେଳେ ଗତ କାଲି ବିଷ୍ନୁପର ଗ୍ରାମରେ ଜୈନିକ ବ୍ୟକ୍ତିଙ୍କ ଦୁଇ ମହଲା ଘରେ କାମ କରୁଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯିବାରୁ ଘର ଉପରୁ ତଳକୁ ଖସିପଡି ଥିଲେ । ତାଙ୍କୁ ଉଦ୍ଧାର କରି ପ୍ରଥମେ ଶାଳଣିଆଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇ ଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି।


