ଜିଲ୍ଳା ପ୍ରଶାସନ ପକ୍ଷରୁ ସନ୍ତରଣ ପ୍ରଶିକ୍ଷଣ
କଟକ, (ଓ୍ବାଇଏନଏସ): କଟକ ଜିଲ୍ଳା ବିପର୍ଯ୍ୟୟ ପରିଚାଳନା ସମିତି ପକ୍ଷରୁ ସନ୍ତରଣ ଏବଂ ବୁଡିବାରୁ ରକ୍ଷା ପାଇବା କୌଶଳ ସମ୍ବନ୍ଧୀୟ ତାଲିମ ଶିବିର ଆଜି ଉଦଘାଟିତ ହୋଇଯାଇଛି । ମୁଣ୍ଡଳିସ୍ଥିତ ଏନଡିଆରଏଫ କ୍ୟାମ୍ପସଠାରେ ଏହି ତାଲିମ ଶିବିର ଆୟୋଜିତ ହେଉଛି । ଏହି ପ୍ରଶିକ୍ଷଣ ଶିବିରରେ ବିଭିନ୍ନ ବିଦ୍ୟାଳୟ ତଥା ମହାବିଦ୍ୟାଳୟର ୧୪ ବର୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ତାଲିମ ପ୍ରଦାନ କରାଯାଉଅଛି । ଛାତ୍ର ଓ ଛାତ୍ରୀଭାନଙ୍କୁ ପୃଥକ୍ ପୃଥକ୍ ଗୃପରେ ବିଭକ୍ତ କରଯାଇ ତାଲିମ ପ୍ରଦାନ କରାଯାଉଛି । ପ୍ରତ୍ୟେକ ଗୃପ୍ରେ ପ୍ରାୟ ୪୦ ଜଣ ଲେଖାଏଁ ଛାତ୍ର/ଛାତ୍ରୀ ପ୍ରଶିକ୍ଷଣ ଗ୍ରହଣ କରୁଛନ୍ତି । ପ୍ରତ୍ୟେକ ଗୃପକୁ ୬ ଦିନ ଲେଖାଏଁ ସନ୍ତରଣ ତାଲିମ ପ୍ରଦାନ କରାଯିବ । ପ୍ରଶିକ୍ଷଣ ସମୟରେ ଅଂଶଗ୍ରହଣକାରୀମାନଙ୍କ ପାଇଁ ମାଗଣାରେ ଖାଦ୍ୟ ଓ ରହିବା ନିମନ୍ତେ ବ୍ୟବସ୍ଥା କରାଯାଇଛି । ଏନଡିଆରଏଫର ତାଲିମପ୍ରାପ୍ତ ପ୍ରଶିକ୍ଷକମାନେ ଏହି ତାଲିମ ପ୍ରଦାନ କରୁଛନ୍ତି । ଛାତ୍ରଛାତ୍ରୀମାନେ ସନ୍ତରଣ ସମୟରେ ନିଜ ଆତ୍ମରକ୍ଷା କରିପାରିବା ସହ ବିପର୍ଯ୍ୟୟ ସମୟରେ ଅନ୍ୟକୁ କିପରି ସହାୟତା କରିପାରିବେ ସେ ସମ୍ପର୍କରେ ମଧ୍ୟ ପ୍ରଶିକ୍ଷଣ ଗ୍ରହଣ ଦିଆଯାଉଛି । ଆଜିର ଉଦଘାଟନୀ ଦିବସରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ପୁଷ୍ପଶ୍ରୀ ସାଣ୍ଡିିଲ, ଡେପୁଟି କମାଣ୍ଡାଂଟ ଶ୍ରୀ ପ୍ରବୀଣ ଚୌହାନ, ମୁଖ୍ୟ ମେଡିକାଲ ଅଫିସର ଡକ୍ଟର ନବୀନ୍ କୁମାର, ସବ ଇନସପେକ୍ଟର ବାହାଦୁର ସିଂ ପ୍ରମୁଖ ଉପସ୍ଥିତ ଥିଲେ । ଜୁନ୍ ମାସ ୧୨ ତାରିଖ ପର୍ଯ୍ୟନ୍ତ ଏହି ତାଲିମ ଶିବିର ଚାଲିବ ।


