ଲେଖିକା ଛାୟାପୂରବୀଙ୍କ ପରଲୋକ
ନିମାପଡ଼ା,(ସନ୍ତୋଷ କୁମାର ଦାଶ): ନିଆଳି ଆଲୋକ ନଗରର ଧର୍ମପରାୟଣା ମହିଳା ତଥା ପଞ୍ଚମୁଖୀ ହନୁମାନ ମନ୍ଦିରର ଅନ୍ୟତମ ପୃଷ୍ଠପୋଷିକା, ପ୍ରଖ୍ୟାତ ସାହିତ୍ୟିକ ଡ. ତ୍ରିନାଥ ପଟ୍ଟନାୟକଙ୍କ ଧର୍ମପତ୍ନୀ ଛାୟାପୂରବୀ ପଟ୍ଟନାୟକ (୬୯) ଘରେ ହଠାତ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ପରଲୋକ ଘଟିଥିଲା। ଏହି ଖବର ପ୍ରଚାରିତ ହେବା ପରେ ନିଆଳି ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଛି। ତାଙ୍କ ମର ଶରୀର କୁ ପୁରୀ ସ୍ବର୍ଗଦ୍ଵାର କୁ ନିଆଯାଇ ଅନ୍ତିମ ସଂସ୍କାର କରାଯାଇଥିଲା। ସ୍ୱର୍ଗତା ଛାୟାପୂରବୀ ରାଷ୍ଟ୍ରଦୀପ ସାପ୍ତାହିକୀ ରେ ନିୟମିତ ସ୍ତମ୍ଭ ଲେଖୁଥିଲେ। ଖାଦ୍ୟରୁଚି, ଆଧୁନିକ ନାରୀର ରୂପଚର୍ଯ୍ୟା, ପିଲାଙ୍କ ପୁରାଣ କାହାଣୀ ଏବଂ ମହିଳାଙ୍କ ଜାଣିବା କଥାର ଲେଖିକା ଥିଲେ। ବରିଷ୍ଠ ସାମ୍ବାଦିକ ନାରାୟଣ ଚନ୍ଦ୍ର ବେହେରା, ଡାକ୍ତର ଅଧିରାଜ କୁମାର ପରିଡା, ସ୍ତମ୍ଭକାର ସନ୍ତୋଷ କୁମାର ଦାଶ, ଲେଖିକା ପୁଷ୍ପା ପରିଡା, ଡାକ୍ତର ଚିତ୍ତରଞ୍ଜନ ମିଶ୍ର, ସାହିତ୍ୟିକ କାର୍ତ୍ତିକ ଚନ୍ଦ୍ର ଷଡଙ୍ଗୀ, ସମାଜସେବୀ ଅବଦୁଲ୍ ବାରୀ, ନାଟ୍ୟକାର ସ୍ମୃତିରଞ୍ଜନ ମହାନ୍ତି, ଆଇନଜୀବୀ ଦିଲ୍ଲୀପ କୁମାର ମହାନ୍ତି, ଲେଖକ ଶୁଭ୍ରାଂଶୁ ସ୍ବାଇଁ, ଶୁଭାଶିଷ ପଟ୍ଟନାୟକଙ୍କ ସହିତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିବା ସହିତ ତାଙ୍କ ପରିବାରକୁ ସମ ବେଦନା ଜଣାଇଥିଲେ।


