କେରଳରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ଚିକିଟି,(ଓ୍ବାଇଏନଏସ): ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ନୂଆପଡା ପଂଚାୟତ ର  ବି. ନୂଆପଡା ଗ୍ରାମର ଦାଦନ ଶ୍ରମିକ ଅଭିମନ୍ୟୁ ପ୍ରଧାନଙ୍କ (୫୭)  ଆପାର୍ଟମେଣ୍ଟ କାମ ରେ ଗତକାଲି ନିୟୋଜିତ ଥିବାବେଳେ ଅଘଟଣ ଘଟି ସନ୍ଧ୍ୟା ରେ ଗୁରୁତର ହୋଇଥିଲେ l ତୁରନ୍ତ ତାଙ୍କୁ କୁନୁର ସରକାରୀ ଚିକିତ୍ସା କେନ୍ଦ୍ର ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା l ଚିକିତ୍ସାଧୀନ ଅବସ୍ଥାରେ ଅଭିମନ୍ୟୁ ଙ୍କ ମୃତ୍ୟୁ ଘଟିଛି l ୧୪ ବର୍ଷ ବୟସ ରୁ ଅଭିମନ୍ୟୁ ଓଡିଶା ବାହାରେ ଚେନ୍ନାଇ, ହାଇଦ୍ରାବାଦ, ଏଭଳି ବିଭିନ୍ନ ଘରୋଇ କମ୍ପାନୀ ରେ ଶ୍ରମିକ ଭାବେ କାମ ପରିବାର ପ୍ରତିପୋଷଣ କରୁଥିଲେ l  ଗତ କିଛି ଦିନ ହେଲା   ନିଜ ଗ୍ରାମରେ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଗ୍ରାମ କୁ ଆସିଥିଲେ l ପ୍ରତିଷ୍ଠା ସରିବା ପରେ ଗତ ଏପ୍ରିଲ ୨୦ ଦିନ  କେରଳ ରାଜ୍ୟକୁ କାମ ଧନ୍ଦା ଅନ୍ୱେଷଣ ରେ ଯାଇଥିଲେ l ଗତ ୪ ଦିନ ହେଲା କୁନୁର ନିକଟସ୍ଥ ଏକ ଘରେଇ କମ୍ପାନୀ ରେ ଶ୍ରମିକ କାମରେ ନିୟୋଜିତ ଥିଲେ l ଗତକାଲି ଘରୋଇ କମ୍ପାନୀ ରେ କାମ ଚାଲିଥିବା ସମୟରେ ଉପରୁ ଅସାବଧାନତା ଯୋଗୁଁ ତଳେ ପଡିଯାଇ  ଗୁରୁତର ଆହାତ ହୋଇଥିଲେ  l ଖବର ପାଇଁ ତାଙ୍କ ସାଙ୍ଗ ଏବଂ ବନ୍ଧୁ ମାନେ  ପହଂଚି ତାଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ କୁନୁର ସରକାରୀ ଡାକ୍ତର ଖାନା କୁ ନିଆଯାଇଥିଲା l ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଅଭିମନ୍ୟୁ ଙ୍କ ମୃତ୍ୟୁ ଘଟିଥିଲା l ଖବର ପାଇଁ ଥିରୁବନ୍ତପୁରମ ଅଂଚଳ ର ପୋଲିସ ଡାକ୍ତର ଖାନା ରେ ପହଂଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି  l  ଅଭିମନ୍ୟୁ ଙ୍କ ସହକର୍ମୀ ଙ୍କ ଠାରୁ ଖବର ପାଇ ଅଭିମନ୍ୟୁ ଙ୍କ ପରିବାର ଆଜି କେରଳ ଗସ୍ତ କରିଛନ୍ତି l ଅନ୍ୟପଟେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ