ଚୋରାମଦ ଜବତ, ୮ଗିରଫ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧୀକ୍ଷକ ବିପ୍ର ଚରଣ ମଣ୍ଡଳଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ କେନ୍ଦ୍ରାପଡ଼ା ଜିଲ୍ଲାର କୁଦାନଗରୀ, କେନ୍ଦ୍ରାପଡ଼ା ସଦର, ନିକିରେଇ, ଜମ୍ବୁ ସାମୁଦ୍ରିକ ଓ ମହାକାଳପଡ଼ା ଥାନା ଅଧିନସ୍ଥ ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ହନ୍ତପଡା ଗ୍ରାମର ସନାତନ ଦାସ(୫୪)ଙ୍କ ଠାରୁ ୩୦ ଲିଟର ଚୋରା ଦେଶୀ ମଦ, ଗଣେଷପୁର ଗ୍ରାମର ଅକ୍ଷୟ ମଳିକ(୪୮)ଙ୍କ ଠାରୁ ୨୨ ଲିଟର ଚୋରା ଦେଶୀ ମଦ, ବାରୁଅ ଗ୍ରାମର ସଞ୍ଜୟ ପରିଡା(୩୫)ଙ୍କ ଠାରୁ ୧୯ ଲିଟର ଚୋରା ଦେଶୀ ମଦ, ପ୍ରଭାକରପୁର ଗ୍ରାମର ରଜତ ରାଉତ(୪୯)ଙ୍କ ଠାରୁ ୨୫୧ ଲିଟର ଚୋରା ଗୁଡପୋଚ, ତାରା ଖିଲର(୪୨)ଙ୍କ ଠାରୁ ୩୫୫ ଲିଟର ଚୋରା ଗୁଡପୋଚ ଏବଂ ସୁକୃ ରାଉତ(୫୧)ଙ୍କ ଠାରୁ ୨୬ ଲିଟର ଚୋରା ଦେଶୀ ରନ୍ଧା ମଦ, ମଲଢିଅ ଗ୍ରାମର ଗଗନ ରାଉତ(୫୦)ଙ୍କ ଠାରୁ ୫୦ ଲିଟର ଚୋରା ବିଦେଶୀ ମଦ ଓ ମାନସ ମଣ୍ଡଳ(୪୫)ଙ୍କ ଠାରୁ ୩୩ ଲିଟର ଚୋରା ବିଦେଶୀ ମଦ ଜବତ କରାଯାଇ ସେମାନଙ୍କୁ ଗିରଫ କରାଯାଇଛି। ସେମାନଙ୍କ ପାଖରୁ ସମୁଦାୟ ୭୮୬ ଲିଟର ବିଦେଶୀ, ଦେଶୀ, ଦେଶୀ ରନ୍ଧା ଚୋରାମଦ ଓ ଚୋରା ଗୁଡପୋଚ ମଦ ଜବତ କରାଯାଇ ୮ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉରେ ଅବକାରୀ ଉପ ନିରୀକ୍ଷକ ଋତୁପ୍ରଭା ସ୍ୱାଇଁ, ପ୍ରିୟଦର୍ଶି ମାନସରଞ୍ଜନ ମିଶ୍ରଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଅବୈଧ ମଦ ବ୍ୟବସାୟ ବିରୋଧରେ ଏପରି ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ସୂଚନା ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ