ବିଷାକ୍ତ ଖାଦ୍ୟ ଖାଇ 21 ଗୋଟି ଛେଳିର ମୃତ୍ୟୁ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାରେ ଜଙ୍ଗଲକୁ ଛେଳିମାନଙ୍କୁ ଚରାଇବାକୁ ନେବା ବେଳେ କୌଣସି ବିଷାକ୍ତ ଖାଦ୍ୟ ଖାଇ 21 ଗୋଟି ଛେଳିର ଶୋଚନୀୟ ଭାବେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି. ଘଟଣାରୁ ପ୍ରକାଶ, ଏହି ଜିଲ୍ଲାର ମୋହନା ବ୍ଲକ ମୁଡ଼ୁମୁଡ଼ିଆ ଗ୍ରାମରେ ୨୧ ଗୋଟି ଛେଳି କୌଣସି ବିଷାକ୍ତ ଖାଦ୍ୟ ଖାଇ ପ୍ରାଣ ହରାଇଛନ୍ତି | ଖବର ପାଇ ମୋହନା ପ୍ରାଣୀ ଚିକିତ୍ସକ ଡା.ବୀରେନ୍ଦ୍ର ପଣ୍ଡା ଗ୍ରାମରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି. ଏଥିସହ ବିଷାକ୍ତ ଖାଦ୍ୟ ଖାଇ ଅନ୍ୟ 5 ଗୋଟି ଛେଳି ଗୁରୁତର ହୋଇଥିବା ଯୋଗୁଁ ସେହି ଛେଳି ଗୁଡିକର ପରୀକ୍ଷା କରିଛନ୍ତି । ସୋମବାର ସନ୍ଧ୍ୟାରେ ମୁଡ଼ୁମୁଡ଼ିଆ ଗାଁର ଗୋପୀନାଥ ଗୌଡ଼ ଜଙ୍ଗଲରୁ ଛେଳି ଚରାଇ ନେଇ ସନ୍ଧ୍ୟାରେ ଗୁହାଳ ଘରେ ରଖିଥିଲେ | ତେବେ, ସକାଳେ ୨୧ଟି ଛେଳି ମରି ପଡ଼ିଥିବା ଦେଖିଥିଲେ । ଆଉ ୫ଟି ଛେଳି ଗୁରୁତର ଅବସ୍ଥାରେ ଥିଲେ । ତୁରନ୍ତ ସେ ମୋହନା ପ୍ରାଣୀ ଚିକିତ୍ସକଙ୍କୁ ଖବର ଦେଇଥିଲେ | ପ୍ରାଣୀ ଚିକିତ୍ସକ ଗାଁରେ ପହଞ୍ଚି ଅନୁଧ୍ୟାନ କରିବା ସହ ଗୁରୁତର ୫ଟି ଛେଳିର ପରୀକ୍ଷା କରିଥିଲେ। ତେବେ, କେଉଁ କାରଣରୁ ଛେଳିଗୁଡ଼ିକର ମୃତ୍ୟ ଘଟିଛି ତାହା ଜଣାପଡ଼ିନି। ମୃତ ୨୧ଟି ଛେଳିର ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ । ପ୍ରାଥମିକ ତଦନ୍ତରୁ ବିଷାକ୍ତ ଖାଦ୍ୟ ଯୋଗୁଁ ଛେଳି ଗୁଡ଼ିକର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଥିବା ବେଳେ ବ୍ୟବଚ୍ଛେଦ ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପ୍ରାଣୀ ଚିକିତ୍ସକ ପ୍ରକାଶ କରିଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ