ଦେଶୀରନ୍ଧା ମଦ ଓ ବିଦେଶୀ ମଦ ଜବତ, ୨ଜଣ ଗିରଫ

ହାଟଡିହି (ଓ୍ବାଇଏନଏସ):  କେନ୍ଦୁଝର ଅବକାରୀ ଅଧିକ୍ଷକ ଶ୍ରୀ ତେଯରାଜ ଯାନୀଙ୍କ ନିର୍ଦ୍ଦେଶକ୍ରମେ ହାଟଡିହି ଅବକାରୀ ରେଞ୍ଜ ପକ୍ଷରୁ ଅବକାରୀ ନିରୀକ୍ଷକ  ବ୍ରଜମୋହନ ମଲ୍ଲିକ ଏବଂ ହାଟଡିହି ଅବକାରୀ ଥାନା ଷ୍ଟାଫ ମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ନନ୍ଦିପଦା ଓ ସୋସୋ ଥାନା ଅନ୍ତର୍ଗତ ପୁରୁଣା ପାଣି, ଷଡ଼ଙ୍ଗୀ, ଜାଵିନପୁର, ସରମଙ୍ଗା ଆଦି ଅଞ୍ଚଳରେ ଚଢ଼ାଉ କରାଯାଇ ଥିଲା। ଏହି ଚଢ଼ାଉ ସମୟରେ ୨୫୦ଲିଟର ଦେଶୀ ରନ୍ଧା ମଦ,୩୨୦୦ଲିଟର ମହୁଲ ପୋଚ ଓ ଏକ ବୋଲେରୋ ଗାଡ଼ିରେ ଭର୍ତ୍ତି ହୋଇ ଯାଉଥିବା ୬୨.୪୦୦ ଲିଟର ବିୟର ଓ ୧୭.୨୮୦ ଲିଟର ବିଦେଶୀ ମଦ ଜବଦ କରିଥିଲେ।  ଏହି ଘଟଣାରେ କୈଳାସ ଚନ୍ଦ୍ର ରାଉତ ଓରଫ ଚକରା ଓ ବୈଷ୍ଣବ ବେହେରାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ହାଟଡିହି ଅବକାରୀ ଥାନା ପକ୍ଷରୁ ଏନେଇ ୨ଗୋଟି ଅବକାରୀ ମାମଲା ରୁଜୁ କରାଯାଇଛି l ଉକ୍ତ ଚଢ଼ାଉରେ ହାଟଡିହି ଅବକାରୀ ଥାନା ସହ ଉପ-ନିରୀକ୍ଷକ, ଶ୍ରୀ ସୁଶାନ୍ତ ରାଉତ କନେଷ୍ଟବଳ ଜଗମୋହନ ବେହେରା, ଆରତୀ ବେହେରା, ସୁରେଶ ବେହେରା ପ୍ରମୁଖ କର୍ମଚାରୀ  ମାନେ ସାମିଲ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ