ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ
ବ୍ରହ୍ମପୁର,(ସୁଦିପ କୁମାର ସାହୁ):ଗଞ୍ଜାମ ଜିଲ୍ଲା ପେଞ୍ଚାକ୍ ସିଲାଟ ଆସୋସିଏସନ୍ ପକ୍ଷରୁ ଦ୍ୱିତୀୟ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ବ୍ରହ୍ମପୁରଠାରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ପେଞ୍ଚାକ୍ ସିଲାଟ ତ୍ତତ୍ୱବଧାନରେ ସହରର ପାଣିଗ୍ରାହି ପେଣ୍ଠ ବ୍ରଜରାଜ ନଗର ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରତିଯୋଗିତା ରେ ଉଦଘାଟନୀ ଉତ୍ସବ ରେ ସଭାପତି ରବି କୁମାର ସାହୁ, ସହ ସମ୍ପାଦକ ଭଗୁରମ୍ ପଣ୍ଡା, ମାଷ୍ଟର୍ ଗଜେନ୍ଦ୍ର ସାହୁ, ମୁରଲୀ ସେଠୀ, ମନୋଜ ନାୟକ ଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ। ଏହି ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ବ୍ରହ୍ମପୁର ସମେତ ଆସିକା, ଜଗନ୍ନାଥ ପ୍ରସାଦ, ଭାବିନିପୂର୍, ବାଲିପୋଡା ଓ ରିଦ୍ବିକା ଗ୍ରୁପ୍ ଅଫ ଏକାଡେମୀର ୭୦ ରୁ ଅଧିକ ଖେଳାଳି ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତାକୁ ଜିଲ୍ଲା ସାଧାରଣ ସମ୍ପାଦକ ତଥା କୋଚ୍ ଶ୍ରୀଧର ସାହୁ, ଆସ୍କା ର ସମ୍ପାଦକ କାହ୍ନୁ ଚରଣ ନାହାକ ସଂଯୋଜନା କରିଥିଲେ। ଏହି ପ୍ରତିଯୋଗୀତାରେ ଉତ୍ତମ ପ୍ରଦର୍ଶନ କରିଥିବା ଖେଳାଳୀମାନଙ୍କୁ ରାଜ୍ୟ ସ୍ତରୀୟ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିବାକୁ ସୁଯୋଗ ମିଳିବ । ଏହା ସହ କୃତି ପ୍ରତିଯୋଗୀ ମାନଙ୍କୁ ମେଡାଲ ଓ ଟ୍ରଫି ପ୍ରଦାନ କରି ସମ୍ୱର୍ଦ୍ଦିଥ କରିବ ଆସୋସିଏସନ।


