ଅସୁସ୍ଥ ବିଜେପି ନେତାଙ୍କୁ ଭେଟିଲେ ବ୍ଲକ ଉପାଧ୍ୟକ୍ଷ
ହାଟଡିହି ,(ଓ୍ବାଇଏନଏସ): ବିଶିଷ୍ଟ କୃଷକ ନେତା ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମହେଶ୍ବର ସାହୁ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ତାଙ୍କ ଗୋଡ଼ରେ ଶକ୍ତ ଆଘାତ ଲାଗିଥିଲା | ବାଲେଶ୍ଵର ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସିତ ହେବା ପରେ ଆନନ୍ଦପୁର ଲକ୍ଷ୍ମୀବଜାର ସାହିସ୍ଥିତ ବାସଭବନକୁ ସେ ଫେରିଛନ୍ତି। ହାଟଡିହି ବ୍ଲକ ଉପାଧ୍ୟକ୍ଷ ତଥା ରାଜ୍ୟ ବିଜେଡି ସମ୍ପାଦକ ରତିକାନ୍ତ ରାଉତ ତାଙ୍କୁ ତାଙ୍କ ବାସଭବନରେ ଭେଟି ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିବା ସହିତ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ବ୍ଲକ ଉପାଧ୍ୟକ୍ଷ ଙ୍କ ସହିତ ପ୍ରିୟବ୍ରତ ନାୟକ, ମୁକେଶ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।


