ଗ୍ରୀଷ୍ମ କାଳୀନ ପ୍ରଶିକ୍ଷିଣ ଶିବିର

ବ୍ରହ୍ମପୁର,(ସୁଦିପ କୁମାର ସାହୁ): ଗୋଷାଣୀ ନୂଆ ଗ୍ରାମ ଡି.ଏ.ଭି ପବ୍ଲିକ ସ୍କୁଲରେ ଆୟୋଜିତ ଗ୍ରୀଷ୍ମ କାଳୀନ ପ୍ରଶିକ୍ଷିଣ ଶିବିର ଶନିବାର ଉଦ୍ ଯାପିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ଯକ୍ଷା ଧାରାଶ୍ରୀ ପାଢ଼ୀ ଏହି ଶିବିର ର ଶୁଭାରମ୍ଭ କରି ଛାତ୍ରଛାତ୍ରୀ ମାନଙ୍କୁ ଶିବିରର ଉଦ୍ଦେଶ୍ୟ ସମ୍ପର୍କ ରେ ଆଲୋକପାତ କରିଥିଲେ । ଦୀର୍ଘ ୧୨ ଦିନ ଧରି ଚାଲିଥିବା ଏହି ଶିବିରରେ ଛାତ୍ରଛାତ୍ରୀ ମାନଙ୍କୁ ନୃତ୍ୟ, ତବଲା ବାଦନ, ଯୋଗ, ବ୍ୟାୟାମ, ଚିତ୍ରକଳା, କ୍ରିକେଟ ,ଖୋ ଖୋ, ମୂର୍ତ୍ତି କଳା, ବୈଦିକ ଗଣିତ ଇତ୍ୟାଦି ବିଭିନ୍ନ ପ୍ରଶିକ୍ଷିଣ ପ୍ରଦାନ କରାଯାଇଥିଲା। । ଉଦ୍ ଯାପନ ସମାରୋହରେ ସମସ୍ତଙ୍କୁ ଅଧକ୍ଷା ପାଢ଼ୀ ଙ୍କ ଦ୍ଵାରା ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଏହି ଉଦ୍‌ଯାପନ କାଯ୍ୟକ୍ରମ ରେ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ଉପସ୍ଥିତ ଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ