ଆଇନ ସଚେତନତା ଶିବିର

ଗୁଣପୁର,(ୱାଇଏନଏସ): ଗୁଣପୁର ତାଲୁକା ଆଇନ ପ୍ରାଧିକରଣ ଆନୁକୁଲ୍ୟରେ କୁଲୁସିଂ ପଞ୍ଚାୟତ ବୟାଲକୁଇ ଗ୍ରାମରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଗୁଣପୁର ଅତିରିକ୍ତ ଜିଲ୍ଲା ଦୌର। ବିଚାରପତି ତଥା ତାଲୁଜ ଆଇନ ପ୍ରାଧିକରଣ ଅଧ୍ୟକ୍ଷ ଦେବଦତ୍ତ ପଟ୍ଟନାୟକ, ମୁଖ୍ୟ ଅତିଥି ଭାବେ, ଗୁଣପୁର ବରିଷ୍ଠ ଦେୱାନି ବିଚାରପତି ସୁମିତ୍ରା ସାହୁ , ସମ୍ମାନନୀୟ ଅତିଥି,ଗୁଣପୁର ଉପଖଣ୍ଡ ଦୌରା ବିଚାରପତି ସୁଶ୍ରୀ ବିଜୟ ଲକ୍ଷ୍ମୀ ମହାପାତ୍ର ସମ୍ମାନନୀୟ ଅତିଥି ଭାବରେ ଯୋଗ ଦେଇଥିଲେ। ବିଚାରପତି ମାନେ ମହିଳା ସୁରକ୍ଷା ଓ ଘରୋଇ ହିଂସା ନିବାରଣ ଆଇନ ଏବଂ ହାଜତ ମୃତ୍ୟୁ ଏହାର ସୁରକ୍ଷା ନିମନ୍ତେ ରହିଥିବା ଆଇନ ସଂପର୍କରେ ପ୍ରାଞ୍ଜଳ ଭାବରେ ବୁଝାଇ ଥିଲେ । ଆଇନ ପ୍ରାଧିକରଣ ର ସୃଷ୍ଟି ଏହାର କାର୍ଯ୍ୟାବଳୀ ଏବଂ ମୌଳିକ ଅଧିକାର ଧାରା ୨୧ ଏବଂ ନାଗରିକ ସୁରକ୍ଷା କିଭଳି ହୋଇପାରିବ ସେ ସମ୍ପର୍କରେ ବିଶଦ ଭାବରେ ଆଲୋଚନା କରିଥିଲେ । ଆଜି ପବିତ୍ର ମାତୃ ଦିବସ ହୋଇଥିବାରୁ ମାତୃତ୍ଵର ସୁରକ୍ଷା ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା। ୨୦୦୫ରେ ସରକାରଙ୍କ ଦ୍ଵାରା ପ୍ରଣୋଦିତ ଘରୋଇ ହିଂସା ନିବାରଣ ଆଇନ କୁ କାର୍ଯ୍ୟକାରୀ କରାଇବା ଏବଂ ଏହା ଦ୍ବାରା କି ଭଳି ମହିଳା ସୁରକ୍ଷିତ ରହିପାରିବେ ସେ ସମ୍ପର୍କରେ ବିଶଦ ଆଲୋଚନା ହୋଇଥିଲା। ବିଶେଷକରି ଏହି ସଭାରେ ଯୋଗ ଦେଇଥିବା ଅନ୍ୟାନ୍ୟ ବକ୍ତା ମାନେ ବିଭିନ୍ନ ନୂତନ ଆଇନ ଓ ଏହାର କାର୍ଯ୍ୟ କରିତା ସଂପର୍କରେ ଆଲୋଚନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଗୁଣପୁର ଓକିଲ ସଂଘ ସଭାପତି ରମେଶ ଚନ୍ଦ୍ର ଲିମା, ପୂର୍ବତନ ସଭାପତି ଗୌରୀ ଶଙ୍କର ଦ।ଶ , ଗୁଣପୁର ସ।ହରା ପାରିବାର ପରାମର୍ଶ କେନ୍ଦ୍ର ସଚିବ ପ୍ରମୋଦ କୁମାର ସାହୁ, ଓକିଲ ସଂଘ ସଂପାଦକ ସୁରୋଜ୍ ପତ୍ର,ପୂତସୀଙ୍ଗି ଥାନା ଭାର ପ୍ରାପ୍ତ ଅଧିକାରୀ ଅଶୋକ କୁମାର ନାୟକ ,କୁଲୁସିଁ ଗ୍ରାମପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶିବପ୍ରସାଦ ରଥ ଯୋଗ ଦେଇଥିଲେ। ବରିଷ୍ଠ ଆଇନଜୀବି ତଥା ସ୍ୱତନ୍ତ୍ର ପି ପି ଶ୍ରୀ ପ୍ରଦୀପ କୁମାର ଦାଶ ମଞ୍ଚ ପରିଚାଳନା କରିବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କୁକୁସିଂ ୱାର୍ଡ ସଭ୍ୟ ଆଲାଲିୟ ଗମାଙ୍ଗ ଅତିଥି ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଓକିଲ ସଂଘର ସମ୍ପାଦକ ଧନ୍ୟବାଦ୍ ସୋରଜ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ