ବିଶ୍ୱ ସେବିକା ଦିବସ ପାଳିତ

ଗୁଣୁପୁର,(ୱାଇଏନଏସ): ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟ ସ୍କୁଲ ଅଫ ନର୍ସିଂ ପକ୍ଷରୁ ବିଶ୍ୱ ସେବିକା ଦିବସ ପାଳିତ ହୋଇଯାଇଛି।ପ୍ରାରମ୍ଭରେ ନର୍ସିଂର ପ୍ରତିଷ୍ଠାତା ଫ୍ଲୋରେନ୍ସ ନାଇଟ ଏଙ୍ଗେଲଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସମାଜରେ ନର୍ସମାନଙ୍କର ଅବଦାନ ଏବଂ ସେବାକୁ ସମ୍ମାନ ଜଣାଇବା ପାଇଁ ଏହି ଦିନଟି ଉତ୍ସର୍ଗୀକୃତ। ସ୍ୱାସ୍ଥ୍ୟ ସେବାରେ ନର୍ସ ମାନଙ୍କର ଅତୁଳନୀୟ ସେବା ଏବଂ ବଳିଦାନକୁ ସ୍ୱୀକୃତି ଦେବା ପାଇଁ ଏହି ଦିବସ ପାଳନ ହୋଇଥାଏ । ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ବିଶ୍ୱବିଦ୍ୟାଳୟର ଉପ ସଭାପତି ଡ. ଚନ୍ଦ୍ରଧ୍ଵଜ ପଣ୍ଡା ଯୋଗ ଦେଇ ଜୀବନର ଲକ୍ଷ୍ୟ ପୂରଣ ପାଇଁ ଧର୍ଯ୍ୟ ରହିଵା ଆବଶ୍ୟକ। ସେଥି ପ୍ରତି ପିଲାମାନେ ଯତ୍ନବାନ୍ ହେବା ପାଇଁ ପରାମର୍ଶ ଦେଇଥିଲେ। ଏକ ନର୍ସ ରୋଗୀ ପ୍ରତି ଉତ୍ତମ ବ୍ୟବହାର କରିବା ଏବଂ ସରଳ ହେବା ଦ୍ୱାରା ରୋଗୀ କିଛି ମାତ୍ରରେ ଯନ୍ତ୍ରଣାରୁ ଉପଶମ ହୋଇପାରିବ ବୋଲି ଡ଼ଃ ପଣ୍ଡା ମତବ୍ୟକ୍ତ କରିଥିଲେ। ସ୍କୁଲ ଅଫ ନର୍ସିଂର ଅଧ୍ୟକ୍ଷା କେ ଜୟଶ୍ରୀ ଯୋଗଦେଇ ବର୍ତମାନ ସେବା କ୍ଷେତ୍ରରେ ସେବୀକା ମାନଙ୍କ ଭୂମିକା ଓ ଅବଦାନ ବିଷୟରେ ଆଲୋକପାତ କରିଥିଲେ। ବିଶ୍ଵ ବିଦ୍ୟାଳୟର ଉପ କୁଳପତି କୁଳପତି ଡ. ଏ ଭି ଏନ ଏଲ ଶର୍ମା ଯୋଗଦେଇ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ସେବିକା ମାନଙ୍କ ଭୂମିକା ଅତୁଳନୀୟ ବୋଲି ପ୍ରଶଂସା କରିଥିଲେ। ଏହି ଅଵସରରେ ବିଶ୍ବବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ପି. ବିଜୟ କୁମାର ମଞ୍ଚାସୀନ ଥିଲେ। ସ୍କୁଲ ଅଫ ନର୍ସିଂ ର ସହକାରୀ ପ୍ରଫେସର ରତନ କୁମାର ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅଧ୍ୟାପିକା ପ୍ରତୀକ୍ଷା ପାଢ଼ୀ ଧନ୍ୟବାଦ୍ ଅର୍ପଣ କରିଥିଲେ।ଛାତ୍ରୀ ଇପ୍ସିତା ପାଢ଼ୀ ମଞ୍ଚ ପରିଚାଳନା କରିଥିଲେ । ବିଶ୍ୱ ସେବିକା ଦିବସ ପାଳନ ଅଵସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ସ୍ମାରକୀ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା ।ପରିଶେଷରେ ଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ