ଜିଲ୍ଳା ବିଜେପିର ସାଙ୍ଗଠନିକ ବୈଠକ
ବାଲେଶ୍ବର(ସରୋଜ ପଣ୍ଡା): ଆଜି ଅପରାହ୍ନ ରେ ସ୍ଥାନୀୟ କେନ୍ଦ୍ରୀୟ ବିଦ୍ୟାଳୟ-୧ ନିକଟସ୍ଥ ଜିଲ୍ଲା ବିଜେପି କାର୍ଯ୍ୟାଳୟ ରେ ଜିଲ୍ଲା ବିଜେପି ର ସାଂଗଠାନିକ ବୈଠକ ଅନୁଷ୍ଠିତ ହୋଇଯାଇଛି, ଜିଲ୍ଳା ସଭାପତି ଈଶ୍ୱର ଚନ୍ଦ୍ର ବେହେରା ଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ ବୈଠକ ରେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଉପସ୍ଥିତ ରହି ଆଗାମୀ ମଇ ୧୯ ଓ ୨୦ ତାରିଖ ରେ ହେବାକୁ ଥିବା ଜିଲ୍ଲା ପ୍ରଶିକ୍ଷଣ ବର୍ଗ ବିଷୟ ରେ ଦାୟିତ୍ୱ ବଣ୍ଟନ କରିଥିଲେ ,ଜିଲ୍ଲା ସଭାପତି ଶ୍ରୀଯୁକ୍ତ ବେହେରା ଉକ୍ତ ପ୍ରଶିକ୍ଷିଣ ରେ ସମୟ ସାରଣୀ ଓ ସତ୍ର ଉପରେ ଆଲୋକ ପାତ କରିଥିଲେ,ଜିଲ୍ଲା ପ୍ରଭାରୀ ଗୌତ୍ତମ ରାୟ, ଗତ ପଶ୍ଚିମ ବଙ୍ଗ ନିର୍ବାଚନ ରେ ବାଲେଶ୍ୱର ଜିଲ୍ଳା ବିଜେପି କାର୍ଯ୍ୟକର୍ତ୍ତା ଙ୍କ ପରିଶ୍ରମ ରେ ଦଳ ବିଜୟ ନେଇ ଜିଲ୍ଳା ବିଜେପି କୁ ଧନ୍ୟବାଦ୍ ଦେଇଥିଲେ,ଜିଲ୍ଳା ପ୍ରଶିକ୍ଷିଣ ଶିବିର ପ୍ରଭାରୀ ଆଶୁତୋଷ ପରିଡ଼ା, ସହ ପ୍ରଭାରୀ ହିତେଶ ମହାପାତ୍ର ଙ୍କ ସମେତ ଜିଲ୍ଳା ସାଧାରଣ ସମ୍ପାଦକ ଚନ୍ଦ୍ର ଶେଖର ନନ୍ଦ, ଡଃ ଅଣୁ ମାଧବ ପଣ୍ଡା, ରାଜ୍ୟ ଉପ ସଭାପତି ସିପ୍ରା ବାଜପେୟୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ସୁଷମା ରାଣୀ ବିଶ୍ୱାଳ ଓ ମମତା ମହାପାତ୍ର, ପୂର୍ବତନ ଜିଲ୍ଳା ସଭାପତି ଲମ୍ବୋଦର ନାୟକ,ଜିଲ୍ଲା ଉପ ସଭାପତି ଗୌରାଙ୍ଗ ଚରଣ ଦାସ, ବିଜୟ ସାହୁ, ଅଜୟ ପଣ୍ଡା, ସିପ୍ରା ରେଖା ମହାପାତ୍ର, ସସ୍ମିତା ଚାନ୍ଦ, ଜିଲ୍ଲା ଗଣ ମାଧ୍ୟମ ସହ ସଂଯୋଜକ ରଣଜିତ୍ ପୃଷ୍ଟି,ସମ୍ପାଦକ ନିରାକାର ପଣ୍ଡା, ରାକେଶ ମହାପାତ୍ର, ରବିତା ଦାସ, ରୋଜାଲିନ ପାଣି, ଶୁଭଦ୍ରା ପାଢୀ, କୋଷାଧକ୍ଷ ମୋହିତ ପୋଦ୍ଦାର, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ସୁସ୍ମିତା ପଣ୍ଡା, ଯୁବ ମୋର୍ଚ୍ଚା ସଭାପତି ନାରାୟଣ ମହନ୍ତ, କୃଷକ ମୋର୍ଚ୍ଚା ସଭାପତି ତାପସ ମହାନ୍ତି, ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ସନ୍ତୋଷ ସେଠୀ, ଅନୁସୂଚିତ ଜନଜାତି ମୋର୍ଚ୍ଚା ସଭାପତି ସମୟ ଟୁଡୁ, ସଂଖ୍ୟା ଲଘୁ ମୋର୍ଚ୍ଚା ସଭାପତି ଶେଖ୍ ଅତିଉଲାହ, ବରିଷ୍ଠ କାର୍ଯ୍ୟକର୍ତ୍ତା ଭଗବାନ ଗୁପ୍ତା ପ୍ରମୁଖ ଉପସ୍ଥିତ ଥିଲେ କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ରାଷ୍ଟ୍ରୀୟ ବନ୍ଦନା ଶେଷ ରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା ଏହି କାର୍ଯ୍ୟକ୍ରମ ଜିଲ୍ଲା ସାଧାରଣ ସମ୍ପାଦକ ଚନ୍ଦ୍ର ଶେଖର ନନ୍ଦ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଜିଲା ସମ୍ପାଦକ ରାଜେଶ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ |


