କଲ୍ୟାଣସିଂହପୁର ଲ୍ୟାମ୍ପ୍ସରେ ଏମଡିଙ୍କ ଦୁର୍ନୀତି ପ୍ରସଙ୍ଗ: ଭିଜିଲାନ୍ସ ତଦନ୍ତ ଆରମ୍ଭ
କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ ): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଲ୍ୟାମ୍ପସ୍ରେ ହୋଇଥିବା ଆର୍ଥିକ ଅନିୟମିତତା ଓ ଦୁର୍ନୀତିର ତଦନ୍ତ କରିଵା ପାଇଁ ଅପେକ୍ଷା କରିଥିବା ଭିଜିଲାନ୍ସ ଆଜି ଏଆରସିଏସ କାର୍ଯ୍ୟାଳୟରୁ ସମସ୍ତ ତଥ୍ୟ ଏକଜୁଟ କରି ଭିଜିଲାନ୍ସ ବିଭାଗକୁ ହସ୍ତାନ୍ତର କରିଥିବା ଏକ ସୂଚନା ମିଳିଛି।ଜିଲ୍ଲା ସହକାରୀ ସମବାୟ ନିବନ୍ଧକ ଜନ୍ମେଜୟ ମହାପାତ୍ରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାରଙ୍କ ସମବାୟ ସଚିବ ଓ ସମବାୟ ନିବନ୍ଧକ। ନିର୍ଦ୍ଦେଶ ମିଳିବା ପରେ ସହକାରୀ ସମବାୟ ନିବନ୍ଧକ କାର୍ଯ୍ୟାଳୟରେ ପ୍ରସ୍ତୁତି ଜୋରସୋରରେ ଚାଲିଛି।ଲ୍ୟାମ୍ପସ ସମସ୍ତ କର୍ମଚାରୀ ମାନଙ୍କୁ ରାୟଗଡା ନିଜ କାର୍ଯ୍ୟାଳୟକୁ ଡ଼କାଇ ରୁଦ୍ଧଦ୍ୱାରା ଭିତରେ ରଖି ତନ ତନ କରି ଗୋଟି ଗୋଟି କରି ତଦନ୍ତ କରୁଥିବା ଜଣା ପଡିଛି। ଦୁର୍ନୀତି ହୋଇଥିବା ୧୫୫ ପୃଷ୍ଠାର କାଗଜପତ୍ର ଜେର୍କ୍ସ କରି ସମସ୍ତ ତଥ୍ୟକୁ ପ୍ରମାଣିତ କାଟିବା ପାଇଁ ଏକତ୍ରିତ କରିଥିବା ଜଣା ପଡିଛି।ସେହିଭଳି କାଳେ କେମିତି ଦୃର୍ନିତି ଖୋର ପୂର୍ବତନ ଏମଡି ତାରିଣୀ ପ୍ରଶାଦ ତ୍ରିପାଠୀ କେଉଁ ବାଟଦେଇ ଖସିଯିବାର ଯୋଜନା ଚଲାଉଥିବାରୁ ପୁଣି ସମସ୍ତ କାଗଜ ପତ୍ର ଫାଇଲ ଗୁଡା କେସିସି ବ୍ୟାଙ୍କ ବିଏମ ଓ ଡ଼ିଆରସିଏସ ଖୋଳ ତାଡ଼ କରୁଥିବାରୁ ଅଧିକ ତଥ୍ୟ ପଦାକୁ ଆସିବ ବୋଲି ଜଣା ପଡିବ। ସମ୍ପୂର୍ଣ ତଥ୍ୟ ଦେବାକୁ ସଚିବଙ୍କ ନିର୍ଦ୍ଦେଶ କଲ୍ୟାଣସିଂହପୁର ଲ୍ୟାମ୍ପ୍ସରେ ଚାଷୀଙ୍କ ଟଙ୍କା ହଡ଼ପ ହୋଇଛି। ସହକାରୀ ସମବାୟ ନିବନ୍ଧକଙ୍କ କାର୍ଯ୍ୟାଳୟ ନମ୍ବର ୫୨୫ ଅନୁଯାୟୀ ୭୫ ଲକ୍ଷ ଟଙ୍କାର ଅନିୟମିତତା ହୋଇଥିବା ଜଣାପଡ଼ିଛି। ସ୍ବତନ୍ତ୍ର ଅଡିଟ୍ ପରେ ଏହାର ପରିମାଣ ବଢ଼ିବା ଆଶଙ୍କା କରାଯାଉଛି। ଏପଟେ ଭିଜିଲାନ୍ସ ତଦନ୍ତ କରିବା ପାଇଁ ସମସ୍ତ ଫାଇଲ ଲେଜର କେଶ ବୁକ ନେଇ ତଦନ୍ତ ଆରମ୍ଭ କରିଥିବା ଜଣା ପଡିଛି।ହେଲେ କେଉଁ କେଉଁ ଦିଗପ୍ରତି ସହକାରୀ ନିବୋନ୍ଧକ ତଦନ୍ତ କରି ନାହାନ୍ତି ଭିଜିଲାନ୍ସ ସେହି ବିଭାଗ ତଦନ୍ତ ତାହା ମଧ୍ୟ କରବା ହେଲେ ଅଧିକ ଦୁର୍ନୀତି ପଦାକୁ ଆସିବ ବୋଲି ଅଂଚଳ ବାସି ଚାହିଁଛନ୍ତି। ଖୋଦ୍ ଲ୍ୟାମ୍ସ ପରିଚାଳନା ନିର୍ଦ୍ଦେଶକ ତାରିଣୀ ପ୍ରସାଦ ତ୍ରିପାଠୀଙ୍କ ଅଫିସ ଉପରେ ତଦନ୍ତ ଭିଜିଲାନ୍ସ କଲେ ଅଧିକରୁ ଅଧିକ ତଥ୍ୟ ପଦାକୁ ଆସିବ ବୋଲି ଜଣା ପଡିବ ଆଲୋଚନା ହେଉଛି ।ଏହି ଟଙ୍କା ହଡ଼ପ କରିଥିବା ସ୍ପଷ୍ଟ ହୋଇଛି।ଏମିତିଙ୍କ ତାରିଣୀ ତ୍ରିପାଠୀଙ୍କ ପାଖରେ ସୁରକ୍ଷା ଦେଉଥିବା କିଛି ବ୍ୟକ୍ତିଙ୍କୁ ତଦନ୍ତ ପରିସରକୁ ଆଣି ତଦନ୍ତ ହେଲେ ସମ୍ପତି ପଦାକୁ ଆସିବ ବୋଲି ଚର୍ଚା ହେଉଛି। ୩୩ ଜଣ ଚାଷୀଙ୍କ ନାଁରେ ୨୮ ଲକ୍ଷ ୨୯ ହଜାର ୮୯ ଟଙ୍କା ତୋଷାରପାତ କରିଥିବା ତଦନ୍ତରୁ ଜଣାପଡ଼ିଛି। ଜମାକାରୀଙ୍କ ଅଜାଣତରେ ସେମାନଙ୍କ ଜମାଖାତାରୁ ଟଙ୍କା ଉଠାଇ ହଡ଼ପ କରିଥିବା ରିପୋର୍ଟରେ ଉଲ୍ଲେଖ କଖିଛନ୍ତି ସହକାରୀ ନିବନ୍ଧକ। କ୍ୟାସ୍ବୁକ୍ ଓ ଲେଜର୍ରେ ମଧ୍ୟ ତଥ୍ୟ ମେଳ ଖାଉ ନ ଥୁବା ରିପୋର୍ଟରେ ଉଲ୍ଲେଖ ରହିଛି। ୨୦୨୫ ଜୁନ୍ ୩୦ ତାରିଖରେ ସନ୍ଦେହଜନକ କାରବାର କ୍ୟାସ୍ବୁକ୍ରେ ହୋଇଛି। ଶ୍ରୀ ତ୍ରିପାଠୀ ମିନିବ୍ୟାଙ୍କ ଆକାଉଣ୍ଟ୍ରୁ ୨୮ ଲକ୍ଷ ୨୯ ହଜାର, ଭାଇଙ୍କ ନାଁରେ ୧୪ ଲକ୍ଷ ୨୧ ହଜାର, ବାପାଙ୍କ ନାଁରେ ୩ ଲକ୍ଷ ୭୫ ହଜାର, ସ୍ତ୍ରୀ ଏବଂ ତାଙ୍କ ସମ୍ପର୍କୀୟଙ୍କ ନାମରେ ୬ ଲକ୍ଷ ୬୫ ହଜାର ଏବଂ ନିଜ ନାମରେ ଅଲଗା ୨୨ ଲକ୍ଷ ଟଙ୍କା ବେଆଇନ ଭାବେ ହଡ଼ପ କରିଥିବା ତଦନ୍ତବେଳେ ସାମ୍ନାକୁ ଆସିଛି। ଅନିୟମିତତା ପରିମାଣ ଆହୁରି ଅଧୂକ ରହିଥିବା ସମବାୟ ବିଭାଗ ସନ୍ଦେହ କରୁଛି। ତେଣୁ ୫ ବର୍ଷର ସ୍ବତନ୍ତ୍ର ଅଡିଟ୍ କରିବା ପାଇଁ ସହକାରୀ ସମବାୟ ନିବନ୍ଧକ ଜନ୍ମେଜୟ ମହାପାତ୍ର ସୁପାରିସ୍ କରିଛନ୍ତି। ନିଜର ତଦନ୍ତ ରିପୋର୍ଟ ସରକାରଙ୍କୁ ଦାଖଲ କରିଛନ୍ତି। ଲ୍ୟାମ୍ପ୍ ପରିଚାଳନା କମିଟି ସ୍ବତନ୍ତ୍ର ଅଡିଟ୍ ଶୀଘ୍ର କରିବା ପାଇଁ ରହିଥିଲେ ମଧ୍ୟ ଆଜକୁ ୯ ଦିନ ହେବ କରି ନଥିବା ଦୁର୍ଭାଗ୍ୟ ଜନକ ବିଭାଗ ନିଜ ପଦକ୍ଷେପ ଗ୍ରହଣ କରିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।ଆଜିଠୁ ଭିଜିଲାନ୍ସ ତଦନ୍ତ କୁଆଡେ କରଥିବା ଜଣା ପଡ଼ିଥିବା ବେଳେ ଆଗକୁ କଣ କଣ ତଥ୍ୟ ପଦାକୁ ଆସୁଛି ଦେଖିବାକୁ ବାକି ରହିଲା। ପରିଚାଳନା କମିଟି କଣ ପଦକ୍ଷେପ ନେଉଛି ସମସ୍ତଙ୍କ ନଜର ରହିଛି ବୋଲି ଜିଲ୍ଲାରେ ଆଲୋଚନା ହେଉଛି।


