ଏସଆଇଆର ପ୍ରଶିକ୍ଷଣ କର୍ମଶାଳା

ହାଟଡିହି (ଓ୍ବାଇଏନଏସ): ହାଟଡିହି ର ବିଜେପି କାର୍ଯ୍ୟାଳୟ ଠାରେ ବିଧାନସଭା ସ୍ତରୀୟ ସ୍ୱତନ୍ତ୍ର ଏସ ଆଇ ଆର ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି। କେନ୍ଦୁଝର ବିଜେପିର ଜିଲ୍ଲା ସଭାପତି ଶୁକଦେବ ମହାନ୍ତ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ କେନ୍ଦୁଝର ସାଂସଦ ଅନନ୍ତ ନାୟକ, ଜିଲ୍ଲା ମହିଳା ସଭାନେତ୍ରୀ ଯଶସ୍ୱିନୀ ବଳ, ଜିଲ୍ଲା ଯୁବ ମୋର୍ଚା ସଭାପତି ରୁଦ୍ର ପ୍ରସାଦ ବେହେରା, ଆନନ୍ଦପୁର ର ବିଜେପି ନେତା ଆଲୋକ ସେଠୀ, ଜିଲ୍ଲା ସାଧାରଣ ସମ୍ପାଦକ ଉପସଭାପତି ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ସୁଶାନ୍ତ ଜେନା ପ୍ରମୁଖ ଯୋଗଦେଇ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ ଆଇ ଆର)ର ଆବଶ୍ୟକତା ଉପରେ ମତ ଦେବା ସହ କିପରି ଲୋକମାନଙ୍କୁ ସଚେତନ କରାଯିବ ତାହା ଉପରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଶାନ୍ତନୁ ସେଠୀ, ଯୁଧିଷ୍ଠିର ମଲ୍ଲିକ, ହରମୋହନ ଶାସିନୀ, ଦୀପକ ଜେନା, ଜଗନ୍ନାଥ ବାରିକ, ହରେକୃଷ୍ଣ ସ୍ୱାଇଁ, ମିନତୀ ମହାପାତ୍ର, ତୃପ୍ତିମୟୀ ଜେନା, ଦୀପ୍ତିମୟୀ ଖୁଣ୍ଟିଆ, ମଣି ଚରଣ ଜେନା, ଆଲୋକ ଦାଶ, ସୁରେନ୍ଦ୍ର କାଣ୍ଡି,ଙ୍କ ସମେତ ବହୁ କର୍ମକର୍ତ୍ତା ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ