ବିଜେପିର ସାଂଗଠନିକ ବୈଠକ
ନିମାପଡ଼ା,(ସନ୍ତୋଷ କୁମାର ଦାଶ): ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ କଳାପାଞ୍ଚଣ ପଞ୍ଚାୟତର ସିଧ୍ୟ ମଠ ପରିସରରେ ବିଜେପି ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ ସଭାପତି ମନୋଜ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୧୮ ନମ୍ବର ୱାର୍ଡର ବିଭିନ୍ନ ସାଂଗଠନିକ ଓ ସମସ୍ୟା ଉପରେ ଆଲୋଚନା କରାଯାଇ ଥିଲା। ଏହି ବୈଠକରେ ଉକ୍ତ ୱାର୍ଡର ପ୍ରାୟ ଶହେରୁ ଅଧିକ ବିଜେପି କର୍ମୀ ଯୋଗ ଦେଇଥିଲେ। ବିଶେଷ କରି ସ୍ଥାନୀୟ ଅଞ୍ଚଳରେ ଦେଖାଦେଉଥିବା ବିଭିନ୍ନ ଜନସମସ୍ୟା ଓ କର୍ମୀମାନଙ୍କ ଅଭିଯୋଗ ସମ୍ପର୍କରେ ଏଥିରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇ ଥିଲା। ଏହି ସମସ୍ତ ସମସ୍ୟାର ସମାଧାନ ପାଇଁ ରାଜ୍ୟ ଉପ- ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସହ ଆଲୋଚନା କରାଯିବ ଏବଂ ଶୀଘ୍ର ବିହିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସଭାପତି ଶ୍ରୀ ନାୟକ କର୍ମୀ ମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ବହୁ ସକ୍ରିୟ କର୍ମୀ ଓ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ରହି ସଂଗଠନକୁ କିପରି ଆହୁରି ମଜଭୁତ କରା ଯାଇପାରିବ ସେଥିପାଇଁ ସଂକଳ୍ପ ନେଇଥିଲେ।


