ବାମରାରେ ବିଜେଡ଼ିର ବିକ୍ଷୋଭ

ବାମରା,(ମନୋଜ କୁମାର ରାଜ): ବାମରା ଠାରେ ବିଜେଡି ପକ୍ଷରୁ କୁଚିଣ୍ଡା ନିର୍ବାଚନୀ ସ୍ତରୀୟ ବିକ୍ଷୋଭ ପ୍ରଦର୍ଶନ କରା ଯାଇ ଥିଲା । ପୂର୍ବତନ କୁଚିଣ୍ଡା ବିଧାୟକ ରାଜେନ୍ଦ୍ର କୁମାର ଛତ୍ରିଆ ଓ ସମ୍ବଲପୁର ଜିଲ୍ଲା ପରିଷଦ ସଭାପତି କୁମଦିନି ନାଏକଙ୍କ ଅଧ୍ୟକ୍ଷତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା, କାର୍ଯ୍ୟକ୍ରମରେ ବାମରା ବ୍ଲକର ୧୭ ଟି ପଞ୍ଚ।ୟତ୍ ର ଯୁବକ, ଯୁବତୀ, ମହିଳା ପୁରୁଷ ପ୍ରାୟ ୧୦୦୦ରୁ ଉର୍ଦ୍ଧ ସାମିଲ ହୋଇ ଥିଲେ । ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଭାପତି ଇଁ. ରୋହିତ ପୂଜାରୀ ଯୋଇଥିଲେ । ପ୍ରଥମେ ବିଜୁ ପଟ୍ଟନାୟକ ଛକ ଠାରେ ବିଜୁ ପଟ୍ଟାୟକଙ୍କ ଙ୍କ ପ୍ରତିମୂର୍ତ୍ତି ରେ ଦୁଗ୍ଧ ରେ ଗଧାଇ ପୂଜା ଅର୍ଚ୍ଚନା କରି ରେଲି ଆରମ୍ଭ ହୋଇ ଥିଲା ।ରେଳି ରେ ସହ ସହ ଯୁବକ ଯୁବତୀ ମହିଳା ପୁରୁଷ ସାମିଲ ହୋଇ ଥିଲେ । ସରକାର ଙ୍କ କଳା କାରନାମା ଉପରେ ବର୍ଶି ଥିଲେ ବିରୋଧୀ । ବିଭିନ୍ନ ଦାବି ଗୁଡ଼ିକ ମଧ୍ୟରେ ପୂର୍ବତନ ମୁଖ୍ୟ ମନ୍ତ୍ରୀଙ୍କ କୁଶ ପୂତୁଳ ଦାହର ପ୍ରତିବାଦ, ଓଭର ବ୍ରିଜ ର ଏପ୍ରୋଜ ରୋଡ ପୁରୁଣା ଡିପିଆଇ ଅନୁଯାୟୀ କରାଯାଉ ଓ ଅଣ୍ଡର ପାସ ନିର୍ମାଣ, ନିର୍ବାଚିତ ପ୍ରତିନିଧିଙ୍କୁ ନେଇ କରାଯାଉଙ୍କୁ ନେଇ ଏନଏସି କମିଟି ଗଠନ କରା ଯାଉ, ପ୍ରତ୍ୟେକ ମହିଳାଙ୍କୁ ମାସକୁ ୧୦୦୦ ଟଙ୍କା ଭତ୍ତା ପ୍ରଦାନ, ନିର୍ବାଚନୀ ପ୍ରତିଶ୍ରୁତିରେ ୩୦୦ ୟୁନିଟ ବିଜୁଳି ଦିଆ ଯାଉ, ୩୩% ମହିଳା ସଂରକ୍ଷଣ ୨୦୨୩ ମସିହାରେ ହୋଇ ଥିବା ତାହାକୁ ଲାଗି କର ଯାଉ, ଦରଦାମ ବୃଦ୍ଧି, ବାମରା ଏନଏସିକୁ କୁଚିଣ୍ଡା ପରିଚାଳିତ କରୁ ଥିବା ହେତୁ , ତାହାକୁ ବାମରା ରେ ପରିଚଳି କରୁ, ସୁଭଦ୍ରା ଯୋଜନା ରେ ୫୦,୦୦୦ ଟଙ୍କା ପ୍ରତ୍ୟେକ ବର୍ଷ ଏକ କାଳୀନ ପ୍ରଦାନ କରା ଯାଉ, ପ୍ରଧାନ ମନ୍ତ୍ରୀ ଯୋଜନା ଅତି ଶୀଘ୍ର ପ୍ରଦାନ କର।ଯାଉ, ବାମରା ଜୋନ୧ ଜିଲ୍ଲା ପରିଷଦ ସଦସ୍ୟ ଜନ୍ମ ଟପୋ,କୁଚିଣ୍ଡା ଜିଲ୍ଲା ପରିଷଦ ସଦସ୍ୟ ଅଜିତ ମହାପାତ୍ର, କୁଚିଣ୍ଡା ଚେୟାରମେନ୍ ଭୁବନେଶ୍ୱର କିଶ।ନ,ଅମୂଲ୍ୟ ମିଶ୍ର,ଅଭିଳାଷ ଅଗ୍ରୱାଲ, ପୂର୍ବତନ ବାମରା ବ୍ଲକ ଅଧ୍ୟକ୍ଷ ସଦାନନ୍ଦ, ପୁର୍ବତନ ବାମରା ବ୍ଲକ ସଭାପତି ରାମ ଲାଲ ଓଝା, ପ୍ରକାଶ ପଟେଲ, ଅରବିନ୍ଦ ସାହୁ,ମନୋଜ ରାଜ,ଦିଲୀପ ଚୌଧୁରୀ,ଦିଲୀପ ଛତ୍ରିଆ, ମିଥୁନ ବାଡେକ,ଆକାଶ ଦୀକ୍ଷିତ, ଜିଲ୍ଲା ମହିଳା ସଭାପତି ସଂଯୁକ୍ତା ମେହେର,ଜିଲ୍ଲା ୟୁଥ୍ ସଭାପତି ପ୍ରତୁସ ମହାନ୍ତି,ମନୋଜ କୁଣ୍ଟିଆ,ସସ୍ମିତା ଦୀପ,ଲିଙ୍ଗରାଜ ମଲ୍ଲିକ,ଧିରଜ୍ ଗର୍ତିଆ,ଧର୍ମେନ୍ଦ୍ର ଶୁକ୍ଳା,କ୍ରିଷ୍ଣା ଖଣ୍ଡେଲ।ୱାଲ,ରାମୁ ଚୌଧୁରୀ,ରାଜେନ୍ଦ୍ର ନାଏକ ପ୍ରମୁଖ ସାମିଲ ହୋଇ ଥିଲେ । ରେଳୀ ବାମରା ବିଜୁ ପଟ୍ଟନାୟକ ଛକ ଠାରୁ ଆରମ୍ଭ ହୋଇ ଷ୍ଟେସନ ବସ୍ତି,ବସ ଷ୍ଟାଣ୍ଡ,ଦୁର୍ଗାମଣ୍ଡପ,ବ୍ଲକ ଛକ ହୋଇ ଦେଇ ବ୍ଲକ ପହଞ୍ଚି ବିଜେପି ବିରୋଧ ରେ ନାରା ବାଜି କରି ପରେ ବ୍ଲକ ରେ ବାମରା ତହସିଲଦାର, କୁଚିଣ୍ଡା ଏସଡିପିଓ ପ୍ରଦୀପ କୁମାର ଦାସ, ଗୋବିନ୍ଦପୁର ଥାନା ଅଧିକାରୀଙ୍କ ଉପସ୍ଥିତିରେ ଅତିରିକ୍ତ ଗୋଷ୍ଟି ଉନ୍ନୟନ ଅଧିକାରୀ ରଶ୍ମିତା ବର୍ଲଙ୍କୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟ ରେ ଦାବି ପାତ୍ର ପ୍ରଦାନ କରା ଯାଇ ଥିଲ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ