ଯୁକ୍ତ ୩ ଷଷ୍ଠ ସେମିଷ୍ଟାର ପରୀକ୍ଷା: ସ୍ମୃତି ଏବଂ ସ୍ନେହା ହେଲେ ବିଶ୍ୱବିଦ୍ୟାଳୟ ଟପ୍ପର

ଆସିକା (ୱାଇଏନ୍‍ଏସ୍‍) : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧିନରେ ପରିଚାଳିତ ଯୁକ୍ତ ୩ କଳା, ବାଣିଜ୍ୟ, ବିଜ୍ଞାନ (ଷଷ୍ଠ ସେମିଷ୍ଟାର୍‌) (ରେଗୁଲାର୍‍ ଓ ବ୍ୟାକ୍‍) ପରୀକ୍ଷା ଫଳ ପ୍ରକାଶ ପାଇସାରିଛି। ଏହି ପରୀକ୍ଷାରେ ଆସିକା ସରକାରୀ ନିରଞ୍ଜନ ମହିଳା ମହାବିଦ୍ୟାଳୟର ବହୁ ଛାତ୍ରୀ ଅଭୁତ ପୂର୍ବ ସଫଳତା ହାସଲ କରିଛନ୍ତି। ଆସିକା ସରକାରୀ ନିରଞ୍ଜନ ମହିଳା ମହାବିଦ୍ୟାଳୟର ଅର୍ଥନୀତି (ସମ୍ମାନ) ପାଠ୍ୟକ୍ରମର ଛାତ୍ରୀ ସ୍ôମତି ସାହୁ ୧୧୭୭ ମାର୍କ ଓ ସମାଜ ବିଜ୍ଞାନ (ସମ୍ମାନ) ପାଠ୍ୟକ୍ରମର ଛାତ୍ରୀ ସ୍ନେହା ସାହୁ ୮୮୫ ମାର୍କ ରଖି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେହିପରି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ତରରେ ଆସିକା ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟର ଅର୍ଥନୀତି ବିଭାଗର ଅନ୍ୟତମ ଛାତ୍ରୀ ଉଷାରାଣୀ ସାହୁ ୧୧୪୦ ମାର୍କ ରଖି ତୃତୀୟ ସ୍ଥାନ, ଜ୍ୟୋତ୍ସ୍ନାରାଣୀ ପରିଡା ୧୧୨୪ ମାର୍କ ରଖି ଚତୁର୍ଥ ସ୍ଥାନ, ତୁଳସୀ ସାହୁ ୧୦୮୮ ମାର୍କ ରଖି ଦଶମ ସ୍ଥାନ ଏବଂ ଗୃହବିଜ୍ଞାନ ବିଭାଗର ଛାତ୍ରୀ ସୁଧାଶ୍ରୀ ରାଉତ ୧୧୩୭ ମାର୍କ ରଖି ସପ୍ତମ ସ୍ଥାନ, ରାଜନୀତି ବିଜ୍ଞାନର ଛାତ୍ରୀ ଝୁମୁରୀ ବାଡତ୍ୟା ୧୧୫୮ ମାର୍କ ରଖି ନବମ ସ୍ଥାନ, ଭୂଗୋଳ ପାଠ୍ୟକ୍ରମର ଛାତ୍ରୀ ଅର୍ଚ୍ଚନା କୁମାରୀ ପଣ୍ଡା ୧୧୩୦ ମାର୍କ ରଖି ନବମ ଏବଂ ସର୍ମିଲା କୁମାରୀ ସ୍ୱାଇଁ ୧୧୨୬ ମାର୍କ ରଖି ଦଶମ ସ୍ଥାନ ଅଧିକାର କରି ସଫଳତା ପାଇଥିବା ଜଣାପଡିଛି। ଆସିକା ସରକାରୀ ନିରଞ୍ଜନ ମହିଳା ମହାବିଦ୍ୟାଳୟର ବହୁ ଛାତ୍ରୀଙ୍କ ଏହି ବିରଳ କୃତିତ୍ୱ ପାଇଁ ସେମାନଙ୍କ ଆତ୍ମ ବିଶ୍ୱାସ, କଠିନ ପରିଶ୍ରମ, ମହାବିଦ୍ୟାଳୟର ଅଧ୍ୟକ୍ଷ ଏବଂ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କ ଉଚ୍ଚକୋଟିର ଅଧ୍ୟାପନା ଶୈଳୀ ଯୋଗୁଁ ସମ୍ଭବ ହୋଇପାରିଛି ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଛି। ଆସିକା ସରକାରୀ ନିରଂଜନ ମହିଳା ମହାବିଦ୍ୟାଳୟର ଅର୍ଥନୀତି ପାଠ୍ୟକ୍ରମରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ତରରେ ଟପ୍ପର ହୋଇଥିବା ମେଧାବୀ ଛାତ୍ରୀ ସ୍ମୃତି ସାହୁ ଏବଂ ସମାଜବିଜ୍ଞାନ ପାଠ୍ୟକ୍ରମରେ ଟପ୍ପର ହୋଇଥିବା ସ୍ନେହା ସାହୁ ନିଜ ନିଜର ଏହି ସଫଳତାର ଶ୍ରେୟ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ, ଅଧ୍ୟାପିକାଙ୍କ ସମେତ ନିଜ ପିତାମାତା ଓ ଗୁରୁଜନମାନଙ୍କୁ ପ୍ରଦାନ କରିଥିବା ଜଣାପଡିଛି । ଆସିକା ସରକାରୀ ନିରଂଜନ ମହିଳା ମହାବିଦ୍ୟାଳୟର ଛାତ୍ରୀ ମାନଙ୍କ ଏହି ସଫଳତା ପାଇଁ ବହୁ ଅଭିଭାବକ କଲେଜର ଅଧ୍ୟକ୍ଷ ଓ ଅଧ୍ୟାପକ ଏବଂ ଅଧ୍ୟାପିକା ମାନଙ୍କୁ ଆନ୍ତରିକ ଅଭିନନ୍ଦନ ଜଣାଇଛନ୍ତି। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧିନରେ ପରିଚାଳିତ ଯୁକ୍ତ ୩ କଳା (ଷଷ୍ଠ ସେମିଷ୍ଟାର) ପରୀକ୍ଷାରେ ସଫଳତା ହାସଲ କରିଥିବା ଛାତ୍ରୀ ମାନଙ୍କୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ସରୋଜ କୁମାର ଜେନାଙ୍କ ସମେତ ଅଧ୍ୟାପକ ଡଃ କେ.ଓମ୍‍ ନାରାୟଣ ରାଓ, ଡଃ ଲୀନା ଲିଲିୟାନ୍‍, ଡଃ ସୁପ୍ରିୟା ଦାଶ, ଡଃ ଏସ୍‍ଟି ରେହେମାନ୍‍, ଡଃ ଜୟପ୍ରଦା ମହାପାତ୍ର, ଡଃ ଉର୍ମିଳା ମୁଦୁଲି, ଡଃ ଯଶଶ୍ରୀ ମଲିକ, ଗୋପୀନାଥ କର, ଶିକ୍ଷାବିତ୍‍ ଭାରତୀ ପ୍ରଧାନ, ସାହିନ୍‍ ନଜର୍‍, ସୁଧାଂଶୁ କୁମାର ହୋତା, ବି.ପାଣ୍ଡବ ରେଡିଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ପ୍ରାଧ୍ୟାପକ, ପ୍ରାଧ୍ୟାପିକା, କର୍ମଚାରୀ, ସଚେତନ ନାଗରିକ ଶୁଭେଛା ଜଣାଇବା ସହ କୃତିତ୍ୱ ହାସଲ କରିଥିବା ଛାତ୍ରୀମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିବା ଲକ୍ଷ୍ୟ କରାଯାଇଛି। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧିନରେ ପରିଚାଳିତ ଯୁକ୍ତ ୩ କଳା (ଷଷ୍ଠ ସେମିଷ୍ଟାର) ପରୀକ୍ଷାରେ ମହିଳା ମହାବିଦ୍ୟାଳୟର ବହୁ ଛାତ୍ରୀ କଲେଜର ପୂର୍ବ ଗୌରବକୁ ବଜାୟ ରଖିବାରେ ସକ୍ଷମ ହୋଇପାରିଥିଲା ବେଳେ ଏହି ପୁରାତନ ମହିଳା ମହାବିଦ୍ୟାଳୟ ସର୍ବୋକୃଷ୍ଟ ଫଳାଫଳ ଦେଇ ପାରୁଥିବା ଯୋଗୁଁ ଏହା ଏକ ଭରସା ଯୋଗ୍ୟ ଶିକ୍ଷାନୁଷ୍ଟାନ ରୂପେ ଆସିକା ଅଞ୍ଚଳର ଛାତ୍ରୀସମାଜ ନିକଟରେ ଆଦୃତ ହୋଇପାରିଛି ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ତରରେ ଅର୍ଥନୀତି ପାଠ୍ୟକ୍ରମରେ ଟପ୍ପର ହୋଇଥିବା ଆସିକା ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟର ମେଧାବୀ ଛାତ୍ରୀ ସ୍ମୃତି ସାହୁ ୧୬ ନମ୍ବର ୱାର୍ଡ ଅଧୀନସ୍ଥ ଲଛମନପଲ୍ଲୀ ଗ୍ରାମର ବ୍ୟବସାୟୀ ପବିତ୍ର ମୋହନ ସାହୁ ଓ ଗୃହିଣୀ ଝିଲି ସାହୁଙ୍କ ସୁକନ୍ୟା ହୋଇଥିଲା ବେଳେ ସମାଜ ବିଜ୍ଞାନ ପାଠ୍ୟକ୍ରମରେ ଟପ୍ପର ହୋଇଥିବା ସ୍ନେହା ସାହୁ ଜୟପୁର ଗ୍ରାମର ସମାଜସେବୀ ମନୋଜ କୁମାର ସାହୁ ଓ ଗୃହିଣୀ ବିଷ୍ଣୁପ୍ରିୟା ସାହୁଙ୍କ ସୁକନ୍ୟା ବୋଲି ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ