ଭିଜିଲାନ୍ସ ପଞ୍ଝାରେ ପ୍ରଧାନଶିକ୍ଷକ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡ଼ାସ୍ଥିତ ଚଢେଇଗୁଁଆ ଯୁଗରୁପା ବିଦ୍ୟାଭବନର ପ୍ରଧାନ ଶିକ୍ଷକ ତଥା ମହାକାଳପଡ଼ା ବ୍ଲକ ନୋଡାଲ ପ୍ରଧାନଶିକ୍ଷକ ରଘୁନାଥ ଦାସ ଆଜି ୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ଏହି ବିଦ୍ୟାଭବନର ରାତ୍ର ଜଗୁଆଳି କ୍ଷୀରୋଦ ଦାସଙ୍କ ବକେୟା ଦରମା ପ୍ରଦାନ କରିବା ପାଇଁ ଶ୍ରୀ ଦାସ ତାଙ୍କୁ ବାରମ୍ବାର ଦଉଡାଉଥିଲେ। ଶେଷରେ ୫ହଜାର ଟଙ୍କା ଲାଞ୍ଚ ଦେଲେ ବକେୟା ଦରମା ପ୍ରଦାନ କରିବେ ବୋଲି ପରୋକ୍ଷରେ କହିଥିଲେ। ହେଲେ ରାତ୍ରଜଗୁଆଳି ୫ହଜାର ଟଙ୍କା ଲାଞ୍ଚ ଦେବା ପାଇଁ ସକ୍ଷମ ନଥିଲେ। ସେ ୫ହଜାର ଟଙ୍କା ଦେଇପାରୁନଥିବାରୁ ମାନସିକ ଭାବେ ନିର୍ଯ୍ୟତିତ ହେଉଥିଲେ। ଏନେଇ ରାତ୍ରଜଗୁଆଳ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ପରେ ଭିଜିଲାନ୍ସ ବିଭାଗ ପ୍ରଧାନଶିକ୍ଷକ ଶ୍ରୀ ଦାସଙ୍କୁ ଗିରଫ କରିବା ପାଇଁ ଜାଲ ବିଛାଇଥିଲା। ଆଜି ଶ୍ରୀ ଦାସ ଲାଞ୍ଚ ଅର୍ଥ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ କାବୁ କରିଥିଲେ। ଭିଜିଲାନ୍ସ ବିଭାଗ ପକ୍ଷରୁ ୨୦/୨୦୨୬ରେ ୭ ପିସି ଆକ୍ସରେ ଏକ ମାମଲା ରୁଜୁ କରାଯାଇ ରଘୁନାଥଙ୍କୁ ଗିରଫ କରାଯାଇ କଟକ ଭିଜିଲାନ୍ସ ଏସପିଙ୍କ କାର୍ଯ୍ୟାଳୟକୁ ନିଆଯାଇଛି। ପ୍ରଧାନଶିକ୍ଷକ ଶ୍ରୀ ଦାସଙ୍କୁ କଟକସ୍ଥିତ ଭିଜିଲାନ୍ସ କୋର୍ଟରେ ହାଜର କରାଯିବ। ଏହି ଚଢ଼ାଉରେ କଟକ ଓ କେନ୍ଦ୍ରାପଡ଼ା ଭିଜିଲାନ୍ସ ବିଭାଗର ଅଧିକାରୀ ମାନେ ସାମିଲ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ