ଗଞ୍ଜେଇ ଚାଲାଣ ବେଳେ ଗଞ୍ଜେଇ ମାଫିଆ ଗିରଫ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାରେ କେରଳ ରାଜ୍ୟକୁ ଗଞ୍ଜେଇ ଚାଲାଣ ବେଳେ ଅବକାରୀ ଟିମ ଦ୍ୱାରା ଜବତ ହୋଇଛି. ଏହି ଘଟଣାରେ ଅବକାରୀ ବିଭାଗ କେରଳ ରାଜ୍ୟର ଜଣେ ଅନ୍ତଃରାଜ୍ୟ ଗଞ୍ଜେଇ ମାଫିଆକୁ ଅବକାରୀ ବିଭାଗ ଗିରଫ କରିବାରେ ସଫଳ ହୋଇଛନ୍ତି. ଏଠାରେ ସୂଚନାଯୋଗ୍ୟଯେ, ଜିଲ୍ଲା ଅବକାରୀ ବିଭାଗ ତରଫରୁ ଖାନତଲାସ ଓ ପେଟ୍ରୋଲିଂ ଆଦି ସମଗ୍ର ଜିଲ୍ଲାରେ ଜାରି ରହିଛି. ଏହି ପରିପ୍ରେକ୍ଷୀରେ ପାରଳାଖେମୁଣ୍ଡି ଅବକାରୀ ଟିମ ତରଫରୁ ପେଟ୍ରୋଲିଂ ଚାଲିଥିବା ବେଳେ ଆସୁଥିବା ଏକ ମାରୁତି ସୁଜୁକି କାରକୁ ସନ୍ଦେହରେ ତଲାସୀ କରାଯାଇଥିଲା. ଏହି କାରରୁ 20 କିଲୋ 300 ଗ୍ରାମ ଗଞ୍ଜେଇ ଉଦ୍ଧାର ହୋଇଥିଲା. ଗଜପତି ଜିଲ୍ଲାର ଆର. ଉଦୟଗିରି ଅଞ୍ଚଳରୁ ଏହି ଗଞ୍ଜେଇ ଅଣାଯାଇ କେରଳ ରାଜ୍ୟକୁ ଚାଲାଣ କରାଯାଉଥିବା ବେଳେ ଅବକାରୀଟିମ ଦ୍ୱାରା ଚୋରା ଗଞ୍ଜେଇ ଚାଲାଣକୁ ଜବତ କରାଯାଇଛି. ଏହି ଘଟଣାରେ କେରଳ ରାଜ୍ୟର ମହମ୍ମଦ ଆସିଫକୁ ଗିରଫ କରାଯାଇ କୋୖର୍ଟକୁ ଚାଲାଣ କରାଯାଇଥିବା ସୂଚନା ମିଳିଛି. ଏହି ପେଟ୍ରୋଲିଂରେ ପାରଳାଖେମୁଣ୍ଡି ଅବକାରୀ ନିରୀକ୍ଷକ କେ. ତ୍ରିପତି ପଟ୍ଟନାୟକ, ଜିଲ୍ଲା ଭ୍ରାମ୍ୟମାଣ ନିରୀକ୍ଷକ ମନୁ ଆୟେଲ, ଅବକାରୀ ଉପ ନିରୀକ୍ଷକ ଦଣ୍ଡ ଶବର, ଏଏସଆଇ ନୀଳାମ୍ବର ନାୟକ ପ୍ରମୁଖ ଯୋଗ ଦେଇଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ