ପ୍ରବଳ ଖରା ଓ ଗୁଳୁଗୁଳି ସାଙ୍ଗକୁ ବିଦ୍ୟୁତ କାଟ, ଜନ ଜୀବନ ଅସ୍ତବ୍ୟସ୍ତ

ନାଉଗାଁ, (ଓ୍ବାଇଏନଏସ): ଜନସାଧାରଣଙ୍କୁ ସହଜ ଓ ସଠିକ୍ ଭାବେ ବିଦ୍ୟୁତ ଯୋଗାଇବା ପାଇଁ ସରକାରଙ୍କ ପକ୍ଷରୁ ଟାଟା ପାୱାରକୁ ବିଦ୍ୟୁତ ପରିଚାଳନାର ଦାୟିତ୍ୱ ପ୍ରଦାନ କରାଯାଇଛି। ସାରା ରାଜ୍ୟରେ ବର୍ତମାନ ଯେଉଁପରି ଭାବରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି ଜନସାଧାରଣ ତାତି ଓ ଗୁଳୁ ଗୁଳି ରୁ ରକ୍ଷା ପାଇ ପାରୁ ନାହାନ୍ତି। ତାତି ଓ ଗୁଳୁଗୁଳି ସାଙ୍ଗକୁ ନାଉଗାଁ ବ୍ଳକରେ ଘନ ଘନ ବିଦ୍ୟୁତ କାଟ ଜନ ଜୀବନକୁ ଅସ୍ତବ୍ୟସ୍ତ କରୁଛି। ଏହି ବ୍ଳକରେ ବିଦ୍ୟୁତ ଉପଭୋକ୍ତାମାନଙ୍କୁ ସୁଚାରୁ ରୂପେ ବିଦ୍ୟୁତ ବଂଟନ ପାଇଁ ଭାତପଡା,ନାଉଗାଁ,ଡେରିକି ଠାରେ ତିନୋଟି ବିଦ୍ୟୁତ ଷ୍ଟ୍ରକଚର ରହିଛି। ଏହି ସବୁ ଷ୍ଟ୍ରକଚର ଦ୍ୱାରା ପ୍ରାୟ ୨୦ ହଜାରରୁ ଉର୍ଦ୍ଧ୍ୱ ବିଦ୍ୟୁତ ଉପଭୋକ୍ତା ରହିଛନ୍ତି। ଗ୍ରୀଷ୍ମ ପ୍ରବାହ ଯେପରି ବୃଦ୍ଧି ପାଉଛି ସାଧାରଣ ଲୋକ ବିଦ୍ୟୁତ ଚାଳିତ ପଙ୍ଖା,ଏୟାର କଣ୍ଡିସନର,ପାଣି ପମ୍ପ ଆଦିର ବହୁଳ ଭାବରେ ବ୍ୟବହାର କରୁଛନ୍ତି। କିନ୍ତୁ ଗୋଟିଏ ଦିନରେ ପ୍ରତି ଅଧଘଂଟା କୁ ଥରେ ଲେଖାଁଏ ବିଦ୍ୟୁତ କାଟ ହେବା ଯୋଗୁ ନିଜ ଘରେ ଲୋକ ମାନେ ରହିପାରୁ ନାହାନ୍ତି। ଏପରିକି ଛୋଟ ଶିଶୁ ,ବୃଦ୍ଧବୃଦ୍ଧା,ରୋଗୀ ଲୋକ ମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ଯୋଗୁ ଜନସାଧାରଣଙ୍କ ମନରେ ଅସନ୍ତୋଷ ବୃଦ୍ଧି ପାଉଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଖରା ଯୋଗୁ ଗାଁଗହଳିରେ ଜଳାଶୟ ଗୁଡିକ ଶୁଖି ଯାଇଛି। ଗାଁ ବୁଲୁଥିବା ଗୋରୁ ,ଗାଈ ଓ ଜନସାଧାରଣ ରଖିଥିବା ଗୃହ ପାଳିତ ପଶୁଙ୍କୁ ସାଧାରଣତଃ ଖରାଦିନେ ବିଦ୍ୟୁତ ଚାଳିତ ପମ୍ପ ସାହାଯ୍ୟରେ ଗାଧୋଇ ଦେଇଥାନ୍ତି। ବାରମ୍ବାର ବିଦ୍ୟୁତ କାଟ ଯୋଗ୍‌ୁ ଗୃହ ପାଳିତ ପଶୁ ମାନେ ମଧ୍ୟ ହଇରାଣ ହେଉଥିବା ଦେଖାଦେଇଛି। ଆଗକୁ ଯଦି ବାରମ୍ବାର ଅଘୋଷିତ ଭାବେ ଏପରି ବିଦ୍ୟୁତ କାଟ କରାଯାଏ ତେବେ ବିଦ୍ୟୁତ ଉପଭୋକ୍ତା ସଂଘ ପକ୍ଷରୁ ଆନ୍ଦୋଳନ କରାଯିବାର ଚେତାବନୀ ପ୍ରଦାନ କରାଯାଇଛି। ଏବିଷୟରେ ନାଉଗାଁ ବ୍ଳକ ଦାୟିତ୍ୱରେ ଥିବା ଟାଟା ପାୱାରର ଲିଡ ମ୍ୟାନେଜର ତାପସ ବେହେରା ଙ୍କୁ ପଚାରିବାରେ ବିଦ୍ୟୁତ କାଟ ସମୟରେ ସୂଚନା ପ୍ରଦାନ କରାଯାଇଥାଏ। ତେବେ ବାରମ୍ବାର କଣ ପାଇଁ ବିଦ୍ୟୁତ କଟୁଛି ତାହାକୁ ଦେଖାଯିବ ବୋଲି କହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ