ହନୁମାନ ପୀଠରେ ବାର୍ଷିକ ଉତ୍ସବ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ନିଳୋକ କୁମ୍ଭାରସାହିସ୍ଥିତ ହନୁମାନ ପୀଠରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ପ୍ରାରମ୍ଭରେ କୁମ୍ଭାରିଆସ୍ଥିତ ଶିବ ମନ୍ଦିର ପୁଷ୍କରିଣୀରୁ କଳସ ଅଣାଯାଇ ପୂଜା କାର୍ଯର୍୍ୟ ଆରମ୍ଭ ହୋଇଥିଲା । ହଳଧର ଦାସ, ଉତ୍ତମ ଦାସ, କେଶବ ଦାସ, ବାଦଲ ମହାନ୍ତି, ଅନୁପମ ଦାସ, ସାଇଜିତ୍ ଦାସ, ସାଇ ଓମକାର ନାୟକ, ଚନ୍ଦନ ଦାସ, ତପନ ବେହେରା, ପଦ୍ମଲୋଚନ ଦାସ, ମଧୁସୂଦନ ଦାସ ପ୍ରମୁଖ କଳସ ଆଣିଥିଲେ । ପୂଜକ ରମେଶ ଦ୍ୱିବେଦୀ ଓ ଗଣେଶ୍ୱର ପଣ୍ଡା ସମସ୍ତ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସାହି ଅଧିବାସୀ ମାନେ ସହଯୋଗ କରିଥିଲେ ।


