ଜିଲ୍ଳାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି

କଟକ, (ଓ୍ବାଇଏନଏସ): ଆସନ୍ତା ୨୫ ତାରିଖ ସୋମବାର ବାରଙ୍ଗ ବ୍ଲକ କାର୍ଯ୍ୟାଳୟଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ । ଏହି ଅଭିଯୋଗ ଶୁଣାଣି ଶିବିର ସକାଳ ୭ଘଟିକା ସମୟରେ ଆରମ୍ଭ ହୋଇ ପୂର୍ବାହ୍ନ ୧୦ଘଟିକା ପର୍ଯ୍ୟନ୍ତ ଚାଲିବ । ଅଭିଯୋଗକାରୀମାନେ ଏହି ସମୟରେ ଉପସ୍ଥିତ ରହି ନିଜ ଅଭିଯୋଗଗୁଡିକ ପଞ୍ଜିକରଣ କରି ପାଳି ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବା ସହ ଶୃଙ୍ଖଳିତ ଭାବେ ଅଭିଯୋଗ ଶୁଣାଣିରେ ଭାଗ ନେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ଏହି ଶିବିରରେ ଜିଲ୍ଳାପାଳ ଏବଂ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗର ଶୁଣାଣି କରିବେ ।ଏଥିସହ ଜିଲ୍ଲାର ବିଭିନ୍ନ ପଂଚାୟତ ସ୍ତରରେ ହେଉଥିବା ଜନ ଅଭିଯୋଗ ଶୁଣାଣିଗୁଡିକ ମଧ୍ୟ ସକାଳ ୭ଘଟିକାଠାରୁ ୧୦ ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ