ଆଦିବାସୀ ଜିଲ୍ଲାର ଝିଅ ଓଡ଼ିଶା ଟପ୍ପର
ସାରସକଣା,(ଭଗୀରଥ ମହାନ୍ତ) : ଓଡ଼ିଶା ରାଜ୍ୟର ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାର ମୋରଡ଼ା ବ୍ଲକ ଅନ୍ତର୍ଗତ ଗଡିଗାଁ ଗ୍ରାମପଞ୍ଚାୟତ ଅଧିନସ୍ଥ ପାଞ୍ଚଭାୟା ଗ୍ରାମର ଶିକ୍ଷକ ଦମ୍ପତି ପିତା ଭବାନୀ ଶଙ୍କର ମହାନ୍ତ ଓ ମାତା ନିବେଦିତା ମହାନ୍ତଙ୍କ ସୁକନ୍ୟା ସୁଶ୍ରୀ ସଞ୍ଜନା ମହାନ୍ତ ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ସର୍ବମୋଟ୍ ଛଅ ଶହ ନମ୍ବରରୁ ମୋଟ୍ ୫୯୮ ନମ୍ବର ରଖି ଓଡ଼ିଶାରେ ଯୁଗ୍ମ ଟପ୍ପର ହୋଇ ନିଜ ପରିବାର , ଗାଁ , ବ୍ଲକ , ଜିଲ୍ଲା ଓ ରାଜ୍ୟ ପାଇଁ ଗୌରବ ଆଣି ସୁନାମ୍ ଅର୍ଜନ କରିଛନ୍ତି । ସୁଶ୍ରୀ ସଞ୍ଜନା ମହାନ୍ତ ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ଵର ଠାରେ ରହିଥିବା ଆଦ୍ୟନ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପାଠ ପଢୁଥିଲେ । ସେ ନିଟ୍ ପରୀକ୍ଷା ଦେଉଥିବା ବେଳେ ଭବିଷ୍ୟତରେ ଜଣେ ଭଲ ଡାକ୍ତରାଣୀ ହେବେ ବୋଲି ଆଶା କରି ଲକ୍ଷ୍ୟ ରଖୁଛନ୍ତି । ଲୋକ ମାନେ ଡ଼ାକ୍ତର ମାନଙ୍କୁ ଦ୍ଵିତୀୟ ଭଗବାନ୍ ବୋଲି କହନ୍ତି ସେଇଥି ପାଇଁ ସୁଶ୍ରୀ ସଞ୍ଜନା ମହାନ୍ତ ଜଣେ ଭଲ ଡାକ୍ତରାଣୀ ହୋଇ ସବୁବେଳେ ଲୋକ ମାନଙ୍କର ଅତି ଉତ୍ତମ ଭାବରେ ସେବା କରିବେ ବୋଲି କହିଛନ୍ତି । ତାଙ୍କର ବାପା , ମାଙ୍କ ଦୂରଦୃଷ୍ଟି ତାଙ୍କୁ ସଫଳତା ଆଣି ଦେଇଥିବାରୁ ସେ ଖୁସି ଅଛନ୍ତି ବୋଲି କହିଛନ୍ତି । ତାଙ୍କର ବାପା କପ୍ତିପଦା ବ୍ଳକର କଟୁରିଆ ଆଶ୍ରମ ହାଇସ୍କୁଲର ସହକାରୀ ଶିକ୍ଷକ ଥିବା ବେଳେ ତାଙ୍କର ମାଆ ମୋରଡା ବ୍ଳକର ମାକୁନ୍ଦ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ଭାବେ ରହିଥିବା ଜଣା ପଡ଼ିଥିବାର ସୂଚନା ମିଳିଛି ।


