ଧୂମଧାମରେ ଚାଲିଛି ମା ରାମାୟାଣାମ୍ମା ଠାକୁରାଣୀ ଯାତ୍ରା

ଛତ୍ରପୁର, (ଓ୍ବାଇଏନଏସ): ଛତ୍ରପୁର ସହରର ଆରଧ୍ୟ୍ୟ ଦେବୀ ମା ରାମାୟାଣାମ୍ମା ଠାକୁରାଣୀ ଯାତ୍ରା ପ୍ରତ୍ୟକ ୨ବର୍ଷ କୁ ଥରେ ଅନୁଷ୍ଠିତ ହୋଇଥାଏ l ଚଳିତ ବର୍ଷ ମା ରାମାୟାଣାମ୍ମା ଠାକୁରାଣୀ ଯାତ୍ରା ଗତ ୪ ତାରିଖ ଠାରୁ ଆରମ୍ଭ ହୋଇଛି l ଯାହାଫଳ ରେ ସହର ରେ ଆଧାତ୍ମିକ ପରିବେଶ ସୃଷ୍ଟି ହୋଇଛି l ମାଙ୍କ ଆଗମନ ରେ ଭକ୍ତ ମାନେ ଅସ୍ଥାୟୀ ମଣ୍ଡପ ଦର୍ଶନ କରି  ଆର୍ଶୀବାଦ ସହିତ ମାନସିକ ଧାରୀ ସେମାନଙ୍କ ମାନସିକ ପୂରଣ କରୁଛନ୍ତି l ଏହି ଯାତ୍ରା ଜୁନ ୫ ତାରିଖ ପର୍ଯ୍ୟନ୍ତ ଚାଲିବ l ଦିନ କୁ ଦିନ ମାଙ୍କ ଯାତ୍ରା ଗହଳି ହେବାରେ ଲାଗିଛି  l  ରବିବାର ମାଙ୍କ ଯାତ୍ରା ୨୧ ଦିନ ରେ ପହଂଚି l ବରିଷ୍ଠ ସମାଜ ସେଵୀ ଦୀପକ କୁମାର ମୁଦୁଲି ଙ୍କ ପୁତ୍ର ପ୍ରତୀକ ମୁଦୁଲି ଙ୍କ ଆଜି ସ୍ୱତନ୍ତ୍ର ଯାତ୍ରା ହୋଇଥିବା ରୁ ସକାଳୁ ତାଙ୍କ ପରିବାର ଙ୍କ  ପକ୍ଷରୁ ମାଙ୍କୁ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇ  ନିମନ୍ତ୍ରଣ କରାଯାଇଥିଲା l ଆନ୍ଧ୍ରାକାଳୀ,ବାଘ, ହାତୀ ଘୋଡା, ଠାରୁ ଆରମ୍ଭ ପାଇକ ଆଖଣ୍ଡା, ସିଙ୍ଗବାଜା ଏବଂ ଦେଶ ର ଆନେକ ରାଜ୍ୟ ର କଳାକାର ଗ୍ରୁପ ସାମିଲ ୨୫ ଟି ଦଳର ବିରାଟ ପାଟୁଆର ରେ  ସନ୍ଧ୍ୟା ରେ ମାଙ୍କ ଆଳତି ପରେ ନଗର ପରିକ୍ରମା କରି ଦୀପକ ମୁଦୁଲି ଙ୍କ ସ୍ୱତନ୍ତ୍ର ଭୋଗ ଗ୍ରହଣ କରିଥିଲେ l ଏହି ଅବସର ସ୍ଥାନୀୟ ରିକାପଲ୍ଲୀ ଛକ ଠାରେ ଲୋକଙ୍କ ମନୋରଞ୍ଜନ ନିମନ୍ତେ ମେଲୋଡି ଏବଂ ସହରର ଅନ୍ୟ ସ୍ଥାନ ମାନଙ୍କ ରେ ଭଜନ ସମାରୋହରେ ଅନୁଷ୍ଠିତ ହୋଇଥିଲା l ଏହି ଅବସର ହଜାର ହଜାର ଭକ୍ତ ମାନେ ମାଙ୍କ ପ୍ରସାଦ ସେବନ କରିଥିଲେ l ଯାତ୍ରା କମିଟି ର ମ୍ୟାନଜର ସିଏଚ ଦୟାନନ୍ଦ ରେଡ୍ଡୀ ଓ ଆସି ଷ୍ଟାଣ୍ଡ ମ୍ୟାନଜର ଏମ. ସମରେନ୍ଦ୍ର ସେନାପତି, ସମ୍ପାଦକ ପି. ରାଜୁ ରେଡ୍ଡୀ ଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ମାନଙ୍କ ସହଯୋଗ ରେ ଚଳିତ ବର୍ଷ ବଡ଼ ବଡ଼ ତୋରଣ ସହିତ ଆଲୋକ ଶଯ୍ୟା ଏବଂ ବିଭିନ୍ନ ଛକରେ କଳାକୁଞ୍ଜ ସ୍ଥାପନ କରାଯାଇଛି ଏହାସହିତ ଦର୍ଶକ ମାନେ ମିନା ବଜାର ଓ ରାମଦୋଳି ର ମଜା ନେଉଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ