ବ୍ଲକ ସ୍ତରୀୟ ଜନ ଶୁଣାଣି ଶିବିର
ମୁନିଗୁଡ଼ା,୨୬/୫ (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡ଼ା ବ୍ଲକର ସଦଭାବନା ସଭାଗୃହ ପରିସରରେ ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଓ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ମୁନିଗୁଡ଼ା ବିଡ଼ିଓ କୃଷ୍ଣଚନ୍ଦ୍ର ଦଳପତି ଓ ସୋସିଆଲ ଅଡିଟର ଆଲୋକ ଗୌଡ଼ଙ୍କ ସଂଯୋଜନାରେ ଅନୁଷ୍ଠିତ ଶୁଣାଣୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ରାୟଗଡ଼ା ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ନିହାର ରଞ୍ଜନ କଁଅର ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ପରେ ଏହି ଅବସରରେ ବିଶେଷ ସମୀକ୍ଷା ମଧ୍ୟରେ ଆର୍ଥିକ ବର୍ଷ ୨୦୨୫/୨୬ ସାମାଜିକ ସମୀକ୍ଷା ଅବଧି ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଓ କେନ୍ଦ୍ରୀୟ ପଞ୍ଚଦଶ ଅର୍ଥ କମିଶନ ଅନ୍ତର୍ଗତ ବିଭିନ୍ନ ଯୋଜନା ଏବଂ ଅନ୍ୟାନ୍ୟ ଯୋଜନାର ହୋଇଥିବା କାର୍ଯ୍ୟର ଟିକିନିଖି ସମୀକ୍ଷା କରିଥିଲେ। ଏପ୍ରେଲ ୧/୪/୨୦୨୫ ଠାରୁ ସେପ୍ଟେମ୍ବର ୩୦/୯/୨୦୨୫ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟରେ ଖର୍ଚ୍ଚ ହୋଇଥିବା ଅର୍ଥରାଶିର ସମସ୍ତ ବିବରଣୀ ଉପସ୍ଥାପନା କରାଯାଇଥିଲା। ଏଥିସହ ପ୍ରତ୍ୟେକ କାର୍ଯ୍ୟର ବିବରଣୀ ଉପରେ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ପ୍ରଶ୍ନ ପଚାରି ସମସ୍ତ ତଥ୍ୟ ବୁଝିବା ସହ ସମସ୍ତ କାର୍ଯ୍ୟରେ ସ୍ବଚ୍ଛତା,ଦକ୍ଷତା ଓ ଉଚ୍ଚମାନର ନିର୍ମାଣ ଉପରେ ଉପସ୍ଥିତ ସମସ୍ତଙ୍କୁ ଜୋର ଦେଇଥିଲେ। ବିଶେଷ କରି ଡ଼ଙ୍ଗରିଆ କନ୍ଧ ଉର୍ଣ୍ଣୟନ ସଂସ୍ଥାର ଅଧିକାରୀ ଯୋଗ ନଦେଇ ଜଣେ ଅନ୍ୟ କର୍ମଚାରୀଙ୍କୁ ସମୀକ୍ଷାରେ ପଠାଇଥିବାରୁ ସଂସ୍ଥା ତରଫରୁ ଆସିଥିବା ଅଧିକାରୀଙ୍କ ପାଖରେ କୌଣସି ସଠିକ ସୂଚନା ନଥିବା ଓ କୌଣସି ପ୍ରକଳ୍ପର ବିବରଣୀ ଦେଇ ପାରିନଥିବାରୁ ଅତିରିକ୍ତ ଜିଲ୍ଲାପାଳ ଅସନ୍ତୋଷ ପ୍ରକାଶ କରିବା ସହ ତାଗିଦ କରିଥିଲେ। ଏନେଇ ଡ଼ଙ୍ଗରିଆ କନ୍ଧ ଉର୍ଣ୍ଣୟନ ସଂସ୍ଥାକୁ ନେଇ ସଭାଗୃହରେ ଏକ ଚର୍ଚାରେ ବିଷୟ ପାଲଟିଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଏଇଇ ଭି.ଶ୍ରୀନିବାସ ରାଓ,କମ୍ୟୁଟର ପ୍ରଗ୍ରାମ ଅଫିସର ରଞ୍ଜନ ପ୍ରଧାନ,କନିଷ୍ଠ ଯନ୍ତ୍ରୀ ଅମ୍ବିକା ଦାସ,ସନ୍ଧ୍ୟାରାଣୀ ମଲ୍ଲିକ,ଯୋଗାଣ ଅଧିକାରୀ ଆଶିଷ କୁମାର ସାହୁ,ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁନୀଲ ଯାଦ୍ଧବ, ମନୋରଞ୍ଜନ ବେହେରା,ଅକ୍ଷୟ ବେହେରା, ରମେଶ ତୁଳ,ମାଧବ ମହାନନ୍ଦିଆ,ଅଞ୍ଜନ ସାହୁ,ସନ୍ୟାସୀ ଟାକ୍ରୀ,ସୁମନ ବେହେରା,ଭିଆରପି ଅମ୍ବିକା ନାୟକଙ୍କ ସମେତ ଅନ୍ୟ ଭିଆରପି ଓ ବ୍ଲକର ପିଆରଆଇ ମେମ୍ବର, ବିଭିନ୍ନ ପଞ୍ଚାୟତର ସରପଞ୍ଚ,ସମିତି ସଭ୍ୟସଭ୍ୟା, ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ,ସ୍ବେଛାସେବୀ ଅନୁଷ୍ଠାନ ଓ ବିଭାଗୀୟ ଅଧିକାରୀ ମାନେ ସମିକ୍ଷାରେ ଭାଗ ନେଇ ଜନ କଲ୍ୟାଣକାରୀ ସରକାରୀ ଯୋଜନା ସମୀକ୍ଷା ଉପରେ ନିଜ ନିଜର ଅଭିଜ୍ଞତା ଓ ମତ ରଖିଥିଲେ।


