ମହିଳା ସଂରକ୍ଷଣ ଦାବୀରେ କଂଗ୍ରେସ ପକ୍ଷରୁ ମଶାଲ ଶୋଭାଯାତ୍ରା
ବରୀ,(ଚୈତନ୍ୟ ଜେନା) : ବରୀ ବ୍ଲକ କଂଗ୍ରେସ ପକ୍ଷରୁ ୩୩ ପ୍ରତିଶତ ମହିଳା ସଂରକ୍ଷଣ ଦାବୀରେ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବରୀ ବ୍ଲକ କଂଗ୍ରେସ ସଭାପତି ସମିର ନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୁର୍ବତନ ସରପଞ୍ଚ ଦେଵ ଦାସ, ପରେଶ କର, ନାରୀ ନେତ୍ରୀ କଳ୍ପନା ପଣ୍ଡା, ଅଞ୍ଜନା ମଲିକ, ରଶ୍ମି ମଲିକ, ସୁରେଶ ମଲିକ, ନିରଞ୍ଜନ ସାହୁ, ରମେଶ ଜେନା, ବିଜୟ ଦାସ, ରବି ଦଳେଇ, ଚୈତନ୍ୟ ଶ୍ୟାନ୍ତି, ମାନସ ସାହୁ ସୁବାଷ ସେଠି, ଜନ୍ମେଜୟ ସାମଲ, କାଳନ୍ଦୀ ଯେନା, ଲକ୍ଷ୍ମୀଧର ମଲିକ, ବୈଷ୍ଣବ ଚରଣ ଦାସ ଓ ଅଭିମନ୍ୟୁ କବି ପ୍ରମୁଖ ଯୋଗ ଦେଇ ବର୍ତ୍ତମାନର ସରକାରର ୩୩ ପ୍ରତିଶତ ମହିଳା ସଂରକ୍ଷଣ ବିଲ୍ କୁ ତୁରନ୍ତ ଲାଗୁ କରିବା ଦାବୀକରି ରାମେଶ୍ବର ମନ୍ଦିର ନିକଟରୁ ହାତରେ ପ୍ଲା କାର୍ଡ ଓ ମଶାଲ ଧରି, ସରକାର ବିରୋଧି ନାରାବାଜି କରି ଶୋଭାଯାତ୍ରାରେ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ।


