କୋଚିଂ ସେଣ୍ଟର ଛାତ୍ରଛାତ୍ରୀଙ୍କ ବାଜିମାତ
ଆରଡ଼ି , (ଆଲୋକ ଚନ୍ଦ୍ର ନାୟକ ) : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ପାଳସାହି ପଞ୍ଚାୟତର ଆଖଣ୍ଡଳମଣି ଉଚ୍ଚ ମାଧ୍ୟମିକ ନିକଟରେ ଥିବା “ବାବାମଣି କୋଚିଂ ସେଣ୍ଟର”ରେ +୨ କଳାରେ ଅଧ୍ଯୟନ କରୁଥିବା ୪୭ ଜଣ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୩୩ ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଛାତ୍ରୀ ମୋନାଲୀଶା ମଲ୍ଲିକ ୫୪୫, କାବେରୀ ବାରିକ ୫୩୮ ଓ ଝୁନୁଲତା ପରିଡା ୫୨୧ ନମ୍ବର ରଖି କୋଚିଂ ସେଣ୍ଟର ନାଆଁ ବଢେଇ ଥିବାରୁ ସେମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆ ଯାଇଥିଲା । ଏଥି ସହିତ ୬୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ୩୦ ଜଣ ଛାତ୍ରଛାତ୍ରୀ ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା ଦିଆ ଯାଇଥିଲା । ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ଅନୁଷ୍ଠାନର ପ୍ରତିଷ୍ଠାତା ବିଜୟ କୁମାର ପରିଡା ଅଧ୍ୟକ୍ଷତା କରିଥିଲେ । ସାମ୍ବାଦିକ ଦୀପ୍ତି ରଞ୍ଜନ ନାୟକ,ଅନୁଷ୍ଠାନ ନିର୍ଦ୍ଦେଶକ ଦୁଃଶାସନ ସାହୁ, ଶିକ୍ଷକ ନିର୍ମଳ ପୋହି, ପ୍ରଶାନ୍ତ ନାୟକ, ପୂର୍ଣ୍ଣଚନ୍ଦ୍ର ପତି,ପ୍ରିୟଦର୍ଶନୀ ନାୟକ, ପ୍ରମୁଖ ଛାତ୍ରଛାତ୍ରୀଙ୍କ ଏପରି ସଫଳତାରେ ଖୁସିବ୍ୟକ୍ତ କରିବା ସହ ସେମାନଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ । ଗ୍ରାମାଞ୍ଚଳରେ ବିନା ଛାତ୍ରାବାସରେ ରହି ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବା କିଛି କମ କଥା ନୁହଁ ବୋଲି ପ୍ରତିଷ୍ଠାତା ମତବ୍ୟକ୍ତ କରିଥିଲେ । ସେମାନଙ୍କ ପ୍ରଗତି ପଛରେ ଅନୁଷ୍ଠାନର ଗୁରୁଜୀ ଗୁରୁମା’ଙ୍କ ଯଥେଷ୍ଟ ଅବଦାନ ରହିଥିବା ଉପସ୍ଥିତ ଛାତ୍ରଛାତ୍ରୀ ମାନେ କହିଥିଲେ ।


