ଦୁଇ ବାଇକ ମୁହାଁ ମୁହିଁ ଧକ୍କା :ଜଣେ ମୃତ, ଅନ୍ୟ ଜଣେ ଆହତ
ଛତ୍ରପୁର,(ଓ୍ବାଇଏନଏସ) : ମୁହାଁମୁହିଁ ବାଇକ ଦୃର୍ଘଟଣାରେ ଜଣେ ମୃତ୍ୟ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି । ମୃତକ ଜଣକ ହେଲେ ଚମାଖଣ୍ଡି ଥାନା ଅଧିନ ବଡପୁଟି ଗ୍ରାମର ସୁରେଶ ବେହେରା(ଆନନ୍ଦ) । ସୂଚନା ଥାଉକି ସୁରେଶ ନିଜ ବାଇକ ଯୋଗେ ଗ୍ରାମରୁ ଛତ୍ରପୁର ଅଭିମୁଖେ ଆସୁଥିବା ବେଳେ କଣମଣା ଗ୍ରାମ କନକ ଦୁର୍ଗା ମନ୍ଦିର ନିକଟରେ ବିପରିତ ଦିଗରୁ ଛତ୍ରପୁରରୁ ବଡପୁଟି ଗ୍ରାମକୁ ଯାଉଥିବା ମହେନ୍ଦ୍ର ବେହେରା ବାଇକ ସହ ଧକ୍କା ହୋଇଥିଲା । ଦୁଇ ଗୁରୁତର ଆହାତ ବ୍ୟକ୍ତିଙ୍କୁ ଛତ୍ରପୁର ମେଡିକାଲ ଅଣାଯାଇଥିବା ବେଳେ ଡାକ୍ତର ସୁରେଶକୁ ମୃତ୍ୟୁ ଘୋଷଣା କରିଥିବା ବେଳେ ମହେନ୍ଦ୍ରଙ୍କ ଅବସ୍ଥା ସ୍ଥିର ରହିଛି । ଘଟଣା ସ୍ଥଳରେ ଚମାଖଣ୍ଡି ପୁଲିସ ପହଂଚି ଦୁଇ ବାଇକକୁ ଜବତ କରି ମେଡିକାଲରେ ଶବ ଜବତ କରିବା ସହ ଏକ ମାମଲା ରୁଜୁ କରିଥିଲା । ଶବ ବ୍ୟବଛେଦ ପରେ ପରିବାର ବର୍ଗକୁ ହସ୍ତାନ୍ତର କରାଯାଇଛି ।


